ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ରପାତ୍ର ମିଲରଙ୍କୁ ଦେଲେ କଡ଼ା ଚେତାବନୀ

ଧାନ କିଣା ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ରପାତ୍ରଙ୍କ କଡ଼ା ଚେତାବନୀ। ମନ୍ତ୍ରୀ କହିଛନ୍ତି, ମଣ୍ଡି ବ୍ୟତୀତ ବାହାରୁ ଧାନ କିଣିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ବାହାରୁ ଧାନ କିଣୁଥିବା ମିଲରଙ୍କ ମିଲ୍‌କୁ ସିଲ୍‌ କରାଯିବ। ଏହା ସହ ମିଲ୍‌କୁ କଳା ତାଲିକାଭୁକ୍ତ କରାଯିବ। ନୂଆପଡ଼ାରେ ଏହି କାରଣ ପାଇଁ ମିଲ୍‌କୁ ସିଲ୍‌ କରାଯାଇଥିବା ମନ୍ତ୍ରୀ କହିଛନ୍ତି। ଆଗକୁ ଯିଏ ବି ଏମିତି କାମ କରିବ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ପାତ୍ର କହିଛନ୍ତି।