ମେଟ୍ରୋ ଓଡିଶା (୩୦.୩.୨୦୨୨) :
ରାଜଧାନୀରେ କମିଲା ସୁନା ରୁପା ଦର । ଗତକାଲି ରାଜଧାନୀ ନୂଆଦିଲ୍ଲୀରେ ସୁନା ଓ ରୁପା ମୂଲ୍ୟରେ ହ୍ରାସ ଘଟିଛି । ୧୦ ଗ୍ରାମ ସୁନା ପ୍ରତି ୪୩୭ ଟଙ୍କା ହ୍ରାସ ପାଇ ସୁନାର ଦାମ୍ ୫୧,୧୫୧ ଟଙ୍କା ରହିଛି । ପୂର୍ବରୁ ୧୦ ଗ୍ରାମ୍ ସୁନା ପ୍ରତି ୫୧,୫୮୮ ଟଙ୍କା ରହିଥିଲା । ସେହିପରି ରୁପା ମୂଲ୍ୟ ମଧ୍ୟ କିଲୋଗ୍ରାମ୍ ପ୍ରତି ୭୨୨ଟଙ୍କା ହ୍ରାସ ପାଇଛି । ରୁପା କିଲୋଗ୍ରମ୍ ପ୍ରତି ମୂଲ୍ୟ ରହିଛି ୬୭,୫୧୫ ଟଙ୍କା ।

ସୂଚନା ମୁତାବକ ଗତକାଲି ୪ର୍ଥ ଥର ପାଇଁ ସୁନା ରୁପା ଦାମ୍ ହ୍ରାସ ପାଇଥିଲା । ଅର୍ଥାତ୍ ପୂର୍ବରୁ ଦିଲ୍ଲୀ ବଜାରରେ ୩ଥର କମିଥିଲା ସୁନା ଦର । ଏନେଇ ଏଚଡିଏଫସି ସିକ୍ୟୁରିଟି ସିନିୟର ଆନାଲିଷ୍ଟ ତପନ ପଟେଲ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ସୁନା ମୂଲ୍ୟ ୧,୯୧୮ ଡଲାରରୁ କମ୍ ହୋଇ ୦.୨୫% ହ୍ରାସ ପାଇଛି । ରୁପା ମଧ୍ୟ ୨୪.୮୦ ଡଲାରରେ କାରବାର ହେଉଛି ।