ଡିସିପି ଅଫିସରେ ହାତାହାତି ହେଲେ୍ ମନୋଜ ଓ ବବି

ମନୋଜ ମିଶ୍ର ଓ ବବି ଇସଲାମ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡୁଛି । ଡିସିପି ଅଫିସରେ ହତାହାତି ହେଲେ ମନୋଜ ଓ ବବି । ପୋଲିସ ଉପସ୍ଥିତିରେ ଡିସିପି ଅଫିସ୍ ସମ୍ମୁଖରେ ହାତ ହାତୀ ହେଉଥିବାର ଦୃଶ୍ୟ ଏବେ ଭାଇରାଲ ହେଉଛି , କଳିରେ ସାମିଲ ହେଲେ ଓଲିଉଡ ଇଣ୍ଡଷ୍ଟ୍ରିର ଅନ୍ୟ ଅଭିନେତା, ନିର୍ଦ୍ଦେଶକ ଓ ପ୍ରଯୋଜକ ।

ଏହି ଘଟଣାକୁ ନେଇ ଚନ୍ଦ୍ରଶେଖରପୁର ଥାନାରେ ହାଜର ହୋଇଥିଲେ ବବି ଇସଲାମ । ଅଭିନେତା ମନୋଜ ମିଶ୍ରଙ୍କ ଅଭିଯୋଗ ଆଧାରରେ ଦ୍ଵିତୀୟ ଥର ପାଇଁ ଚନ୍ଦ୍ରଶେଖରପୁର ଥାନାରେ ହାଜର ହୋଇଥିଲେ ନିର୍ଦ୍ଦେଶକ ବବି ଇସଲାମ । ହେଲେ ସେଦିନ ଆସିନଥିଲେ ମନୋଜ ମିଶ୍ର । ମନୋଜଙ୍କୁ ରାଣ୍ଡୀ ପୁଅ ଅନନ୍ତା କହିବା ପରେ, ଥାନାରେ ଅଭିଯୋଗ କରିଥିଲେ ମନୋଜ । ଆପୋଷ ବୁଝାମଣା ପାଇଁ ପୋଲିସ ଉଭୟ ପକ୍ଷଙ୍କୁ ଥାନାକୁ ଆସିବାକୁ କହିଥିଲା । ମନୋଜଙ୍କୁ ଯୋଗାଯୋଗ କରାଯାଇଥିଲେ ବି ସେ ଆସିନଥିଲେ ।

ଅନ୍ୟପଟେ ମନୋଜଙ୍କ ଗ୍ୟାଙ୍ଗ ଧମକାଉଥିବା ନେଇ ପୂର୍ବରୁ ଦରଘାବଜାର ଥାନାରେ ଅଭିଯୋଗ କରିଥିଲେ ବବି ଇସଲାମ। ତେବେ ଆଜି ଏହି ଆରୋପ ପ୍ରତ୍ୟାରୋପର ସମାଧାନ ଆଜି ହୋଇପାରେ ବୋଲି ଆଶଙ୍କା କରାଯାଉଛି ।ସେପଟେ ପୋଲିସ ସେବା ଭବନରେ ଦୁଇ ପକ୍ଷକୁ ବୁଝାଇବା ପାଇଁ ଆରମ୍ଭ ହୋଇଛି ଉଦ୍ୟମ । ପୋଲିସ କମିଶନର ଓ ଡିସିପିଙ୍କ ଉପସ୍ଥିତିରେ ଚାଲିଛି ବୁଝାସୁଝା ।