4କୋଟି 12ଲକ୍ଷର ଦୁଗ୍ଧ ଶୀତଳିକରଣ ପ୍ରକଳ୍ପର ଉଦଘାଟନ କଲେ ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଶା ଗସ୍ତର ତୃତୀୟ ଦିନରେ ଦେବଗଡ଼କୁ ଧୋବୋଲିପଥର ଦୁଗ୍ଧ ଶୀତଳିକରଣ ବଡ଼ ଉପହାର ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମୋଟ ୪୦ କୋଟି ଟଙ୍କାର ବିଭିନ୍ନ ଉନ୍ନତି ମୂଳକ ପ୍ରକଳ୍ପର ଉଦଘାଟନ କରିଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି, କୃଷି ପ୍ରଧାନ ଜିଲ୍ଲା ଦେବଗଡ଼ରେ ଦୁଗ୍ଧ ଚାଷ, ମତ୍ସ୍ୟ ଚାଷ ଓ ପଶୁପାଳନର ଅନେକ ସମ୍ଭାବନା ଅଛି । ଦୁଗ୍ଧ ଶୀତଳିକରଣ ଦେବଗଡ଼ ଜିଲ୍ଲାରେ ଦୁଗ୍ଧ ଉତ୍ପାଦନ କ୍ଷମତା ବୃଦ୍ଧି ସହ ଦୁଗ୍ଧ ଚାଷୀଙ୍କ ଆର୍ଥିକ ସମ୍ବଳକୁ ସଶକ୍ତ କରିବ । ଦେବଗଡକୁ କୃଷି ଆଧାରିତ ଅର୍ଥନୀତି ଜିଲ୍ଲାରେ ପରିଣତ କରିବା ପାଇଁ ବ୍ୟାପକ ଯୋଜନା କରାଯିବ । ଆଗାମୀ ଦିନରେ ସମ୍ବଲପୁର ଗୋଶାଳା ସ୍ଥିତ ଓମଫେଡ ପ୍ଲାଣ୍ଟର ସମ୍ପ୍ରସାରଣ କରାଯିବ ।ସେହି ପ୍ଲାଣ୍ଟରୁ ପାଉଡର କ୍ଷୀର, ଦହି, ଚକୋଲେଟ୍, ପନିର ସମେତ କ୍ଷୀରରୁ ବିଭିନ୍ନ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ ହେବ । ରାଜ୍ୟ ସରକାରଙ୍କ ଦ୍ବାରା ସବୁ ପଞ୍ଚାୟତରେ ଦୁଗ୍ଧ ସମବାୟ ସମିତି ଗଠନ ହେବ ।ଭାଷାଭିତ୍ତିରେ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ କର୍ଣ୍ଣଧାର ବାମଣ୍ଡା ରାଜା ସାର୍ ବାସୁଦେବ ସୁଢଳ ଦେବଙ୍କ ପୁଣ୍ୟତିଥିରେ ଦେବଗଡ଼ରେ ଅନେକ ସଡ଼କ ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର କରିଛନ୍ତି କେନ୍ଦ୍ରମନ୍ତ୍ରୀ ।