ଆସନ୍ତାକାଲିଠୁ ଆରମ୍ଭ ହେବେ ଧାନ କିଣା

ଆସନ୍ତାକାଲିଠୁ ଧାନ କିଣା । ଏଥିପାଇଁ 200ଟି ବୃହତ ମଣ୍ଡିରେ ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି । 3100 ଟଙ୍କାରେ ସବୁ ଧାନ କିଣିବେ ରାଜ୍ୟ ସରକାର। ଆସନ୍ତାକାଲିଠୁ ବରଗଡ଼ ଜିଲ୍ଲାରୁ ଆରମ୍ଭ ହେବ ଧାନ କିଣା । ପ୍ରଥମ ଥର ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ୮୦୦ଟଙ୍କା ଅଧିକ ଦିଆଯାଉଥିବାରୁ ଚାଷୀଙ୍କ ଉତ୍ସାହ ବେଶ ବଢିଛି। ମଣ୍ଡିରେ ଚାଷୀଙ୍କ ଯେମିତି କୌଣସି ଅସୁବିଧା ନ ହୁଏ, ସେମିତି ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର ।

ପ୍ରତ୍ୟେକ ଜିଲ୍ଲାରେ ଚାଷୀଙ୍କ ସୁବିଧା ପାଇଁ କଣ୍ଟ୍ରୋଲ ରୁମ ବ୍ୟବସ୍ଥା ରହିବ। ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ସ୍ବଚ୍ଛ ଭାବେ କରାଯିବ। ଏଥି ନିମନ୍ତେ ମଣ୍ଡିରେ ନୋଡ଼ାଲ ଅଫିସର, ସୁପରଭାଇଜର ନିଯୁକ୍ତ କରାଯାଇଛି । ତେବେ ବାହାର ବେପାରୀଙ୍କ ଉପରେ ସରକାରଙ୍କ କଡା ନଜର ରହିଛି । ମଣ୍ଡିରେ ସିସିଟିଭି ବ୍ୟବସ୍ଥା ସହ ପ୍ୟାଡି କ୍ଲିନର, ଗ୍ରେନ ଆନାଲାଇଜର, ତାରପୋଲୀନ ବ୍ୟବସ୍ଥା ହୋଇଛି । ସେଥିପାଇଁ ସମସ୍ତ ବିଧାୟକ ସ୍ଥାନୀୟ ନେତୃବୃନ୍ଦମାନଙ୍କୁ ମଧ୍ୟ ଦାୟିତ୍ବ ଦିଆଯାଇଛି ।