ଆସୁଛି ଶୀତ: ଆଗକୁ ବଢିବ

ରାଜ୍ୟରେ ବର୍ତ୍ତମାନ ଶୀତ ଅନୁଭୂତ ହେଲାଣି । ରାଜଧାନୀ ଉପକଣ୍ଠ ସହ ଅନ୍ୟ ଜିଲ୍ଲାର ଶୀତ ଆସିଲାଣି ।  ଗତ କିଛିଦିନ ଧରି ସାରା ରାଜ୍ୟରେ ପାଗ ପ୍ରାୟତଃ ଶୁଖିଲା ରହୁଥିବାବେଳେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ଖସିଛି।

ଗୋଟିଏ ଦୁଇଟି ସ୍ଥାନରେ ତାପମାତ୍ରା ସ୍ବାଭାବିକ ରହିଥିବାବେଳେ ଅନ୍ୟ ଗୋଟିଏ ଦୁଇଟି ସ୍ଥାନରେ ତାପମାତ୍ରା ସ୍ବାଭାବିକ ଠାରୁ ସମାନ୍ୟ କମ୍‌ ରହିଛି।  ଶନିବାର ଠାରୁ ରାଜ୍ୟରେ ପାରଦ ତଳମୁହାଁ ହୋଇପାରେ। ଫଳରେ ରାଜ୍ୟବାସୀଙ୍କୁ ଶୀତ ଥରାଇପାରେ। ବିଶେଷ କରି ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ହ୍ରାସ ପାଇପାରେ। ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ନାହିଁ। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।