ପିଆଜର ଦର ଶୁଣିଲେ ଆଖିରୁ ବାହାରୁଛି ଲୁହ
ପିଆଜ କାଟିଲେ ଆଖିରୁ ଲୁହ ବାହାରୁଥିଲା । ଏବେ କିନ୍ତୁ ପିଆଜର ଦର ଶୁଣିଲେ ଆଖିରୁ ବାହାରୁଛି ଲୁହ । କାରଣ ପିଆଜର ଉଚ୍ଚଦରରେ କୌଣସି ପରିବର୍ତ୍ତନ ହେବାର ଦେଖା ଯାଉନାହିଁ । ଭାରତର କିଛି ମାସ ହେବ ପରିବା ଦରରେ ଆକାଶ ଛୁଆଁ ବୃଦ୍ଧି ଘଟିଛି । ନଭେମ୍ବରରେ କୋବି, ଟମାଟର ଏବଂ ଲାଉର ମୂଲ୍ୟ କିଛି ମାତ୍ରାରେ କମି ଥିବାବେଳେ କିନ୍ତୁ ପିଆଜର ଦର ସେହିଭଳି ଭାବେ ଚଢିକି କହିଛି । ନଭେମ୍ବର ୬ ରେ ମହାରାଷ୍ଟ୍ରର ଲାସଲଗାଓଁ ପିଆଜ ମଣ୍ଡି ରେ ପିଆଜର ଦର ୫ ବର୍ଷ ମଧ୍ୟରେ ଉଚ୍ଚତମ ସ୍ତରରେ ପହଞ୍ଚିଛି । ଆଇସିଆଇସିଆଇ ବ୍ୟାଙ୍କର ଏକ ରିପୋର୍ଟ ଅନୁସାରେ ପିଆଜ ଦରରେ ତୁରନ୍ତ ଆଶ୍ୱସ୍ତି ମିଳିବାର କୌଣସି ଆଶା ନାହିଁ। । ରିପୋର୍ଟ ମୁତାବିକ ବର୍ତ୍ତମାନ ନଭେମ୍ବରରେ ପରିବା ଦରରେ ସାମାନ୍ୟ ପରିବର୍ତ୍ତନ ଆସିଥିବାବେଳେ କିନ୍ତୁ ପିଆଜ ଦର ଏବେବି ବଢିକି ରହିଛି । ଅଗଷ୍ଟ ଏବଂ ସେପ୍ଟେମ୍ବର ରେ ହୋଇଥିବା ଲଗାଣ ବର୍ଷା ଯୋଗୁଁ ପରିବା ଦରରେ ଏବେ ବି କିଛି ପରିବର୍ତ୍ତନ ଘଟିନାହିଁ । କାରଣ ସେହି ସମୟରେ ମଣ୍ଡିମାନଙ୍କରେ ପରିବା ଯୋଗାଣରେ ବାଧା ସୃଷ୍ଟି ହୋଇଥିଲା । ଯାହାଦ୍ୱାରା ମଣ୍ଡିମାନଙ୍କରେ ପରିବା ଆସିବା ୨୮ ପ୍ରତିଶତ କମ ହୋଇଯାଇଥିଲା । ଏହାର ଅଧିକ ପ୍ରଭାବ ଟମାଟର ଉପରେ ପଡିଥିଲା ।