କିଏ ହେବେ ଓଡିଶା କଂଗ୍ରେସର ନୂଆ ସଭାପତି ?

ସବୁ ବିଧାୟକ ଏବଂ  ଷ୍ଟିୟରିଂ କମିଟି ସଦସ୍ୟଙ୍କୁ ନେଇ ଚାଲିଥିଲା କଂଗ୍ରେସର ଏହି ବୈଠକ । କିଏ ଧରିବେ କଂଗ୍ରେସର ମଙ୍ଗ, ତାକୁ ନେଇ ପିସିସି କାର୍ଯ୍ୟାଳୟ ଭିତରେ ଘମାସନ ଆଲୋଚନା  ହୋଇଥିଲା । ଛତିଶଗଡ଼ର କଂଗ୍ରେସ ନେତା ଚରଣ ଦାସ ମହନ୍ତ ଏଵଂ ମିନାକ୍ଷୀ ନଟରାଜନ ଉପସ୍ଥିତିରେ ବସିଥିଲା ବୈଠକ ।

କଂଗ୍ରେସର ପିସିସି ସଭାପତି ଚୟନ ବୈଠକ ସରିଛି । ଆସନ୍ତା 23ରେ ଆସିବ ନୂତନ ସଭାପତିଙ୍କ ନାମ । ଏ ନେଇ ସୂଚନା ଦେଇଛନ୍ତି ଚୟନ କମିଟି ସଦସ୍ୟ। ମିନାକ୍ଷୀ ନଟରାଜନ କହିଛନ୍ତି, ହାଇକମାଣ୍ଡଙ୍କ ନିଷ୍ପତିକୁ ସମସ୍ତେ ସମର୍ଥନ ଜଣାଇବେ ।  ତୃଣମୂଳ ସ୍ତରରେ ଯିଏ କଂଗ୍ରେସକୁ ଅଧିକ ସୁଦୃଢ ଏବଂ ମଜଭୁତ୍ କରିପାରିବେ ସେଭଳି ନେତାଙ୍କୁ ଚୟନ କରାଯିବ ।  ଆଗାମୀ ପଞ୍ଚାୟତ ଓ ମହାନଗର ନିର୍ବାଚନରେ ଦଳକୁ ଯିଏ ଜିତାଇବାରେ ସମର୍ଥ ହେବ ସେହିଭଳି ନେତାଙ୍କୁ ଚୟନ କରାଯିବ।