ବିଜୁ ପଟ୍ଟନାୟକ ବିମାନବନ୍ଦରକୁ ବୋମାରେ ଉଡେଇଦେବାକୁ ଧମକ
ଭୁବନେଶ୍ବର ବିମାନବନ୍ଦରରେ ଜରୁରୀ ଅବତରଣ । ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପୁଣି ବୋମା ଧମକ । ବିସ୍ଫୋରଣ କରି ବିମାନବନ୍ଦର ଉଡ଼ାଇଦେବାକୁ ଧମକ । ସୋମବାର ରାତିରେ ଭୁବନେଶ୍ବରରୁ ଦିଲ୍ଲୀ ଆଭିମୁଖେ ଯାତ୍ରା କରୁଥିବା ଇଣ୍ଡିଗୋ ବିମାନରେ ବୋମା ଥିବା ନେଇ ଧମକ ଆସିଥିଲା ।
ଇଣ୍ଡିଗୋ ବିମାନ 179 ଯାତ୍ରୀଙ୍କୁ ନେଇ ରନ୍ୱେରେ ଇଡ଼ାଣ ଭରିବକୁ ଯାଉଥିବା ବେଳେ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ପରେ ବିମାନ ସିଆଇଏସ୍ଏଫ କର୍ମଚାରୀ, ବୋମା ନିଷ୍କ୍ରିୟକାରୀ ଦଳ ଓ ପୋଲିସ ଟିମ୍ ପହଞ୍ଚି ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବିମାନରୁ ଓହ୍ନାଇ ତନତନ କରି ଯାଞ୍ଚ କରିଥିଲେ ।