କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡି ବ୍ଲକ ଅନ୍ତର୍ଗତ ମାଣ୍ଡିପଙ୍କା ଗ୍ରାମରେ ମୃତ୍ୟୁ ଘଟଣା ଅତ୍ୟନ୍ତ ଦୁଃଖଦାୟକ । ଏନେଇ ରାଜ୍ୟ ସରକାର ଚିନ୍ତିତ ଓ ସଚେତନ ଅଛନ୍ତି । ତୁରନ୍ତ ଘଟଣାସ୍ଥଳକୁ ରାଜ୍ୟ ସରକାର ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କୁ ପଠାଇ ଏହାର ତଦନ୍ତ କରିଛନ୍ତି । ଏହି ଘଟଣାର ତ୍ୱରିତ ତଦନ୍ତ କରି ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କ ପ୍ରାଥମିକ ତଦନ୍ତ ଅନୁସାରେ ମୃତକ ୨ ଜଣଙ୍କ ସମେତ ଚିକିତ୍ସିତ ହେଉଥିବା ୬ ଜଣଙ୍କୁ ଗତ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ରାସନ ସାମଗ୍ରୀ ଯୋଗାଇ ଦିଆଯାଇଛି । ଅକ୍ଟୋବର-ଡିସେମ୍ବର ମାସର ରାସନ ବଂଟନ ପ୍ରକ୍ରିୟା ଜାରି ରହିଛି । ତେଣୁ ରାସନ ସାମଗ୍ରୀ ନ ପାଇବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା । ହୀନ ରାଜନୈତିକ ଉଦ୍ଦେଶ୍ୟ ରଖି ବିଜେଡି ନେତାମାନେ ଏଭଳି ଭିତିହୀନ ଅଭିଯୋଗ କରୁଛନ୍ତି । ୨୪ ବର୍ଷ ଶାସନରେ “ନଗଡା ଇତିହାସ” ସୃଷ୍ଟି କରିଥିବା ବିଜେଡି ଆଜି ଅପପୃଷ୍ଟି ପ୍ରସଙ୍ଗରେ ବିବୃତି ଦେଇ ନିଜ ବିଫଳତାକୁ ପରିପ୍ରକାଶ କରିଛି ବୋଲି ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ପ୍ରେସ ବିବୃତି ଜରିଆରେ ରାଜ୍ୟ ଉପସଭାପତି ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ କହିଛନ୍ତି ।
ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ବିଜେଡି ଶାସନବେଳେ ଓଡ଼ିଶାରେ ୩୧ ପ୍ରତିଶତ ଶିଶୁ ପୃଷ୍ଟିହୀନତା ଏବଂ ୬୪ ପ୍ରତିଶତ ଶିଶୁ ରକ୍ତହୀନତାର ଶିକାର ହୋଇଛନ୍ତି । ସେହିପରି ୬୧.୮ ପ୍ରତିଶତ ଗର୍ଭବତୀ ମହିଳା ରକ୍ତହୀନତାର ଶିକାର ହୋଇଥିଲେ । ଶିଳ୍ପୋନ୍ନତ ଅନୁଗୋଳରେ ୭୫.୮, ଝାରସୁଗୁଡାରେ ୬୮.୧ ଓ ସମ୍ବଲପୁରରେ ୬୭.୧, ଗଜପତି ୭୭.୪, ରାୟଗଡା ୭୭.୩, କେନ୍ଦୁଝର ୭୪.୭, ମାଲକାନଗିରି ୭୪.୩, କଳାହାଣ୍ଡି ୭୦.୨, ସୁନ୍ଦରଗଡରେ ୬୮.୪ଭାଗ ଗର୍ଭବତୀ ମହିଳା ରକ୍ତହୀନତାର ଶିକାର ହୋଇ ଏବେବି କଷ୍ଟ ପାଉଛନ୍ତି । ଉତରାଧିକାରୀଭାବେ ବିଜେଡି ସରକାରର ଏଭଳି ଅଲୋଡା ସଫଳତା ଆମକୁ ମିଳିଛି ।
ବିଜେପି ସରକାରର ଲୋକକଲ୍ୟାଣ କାର୍ଯ୍ୟରେ ବିରୋଧୀ ବିଜେଡି ନେତାମାନେ ଇଷ୍ୱର୍ାନ୍ୱିତ ହୋଇପଡ଼ିଛନ୍ତି । ନିଜ ଦଳର ଅର୍ନ୍ତକନ୍ଦଳକୁ ଲୋକଲୋଚନରୁ ଦୁରେଇ ରଖିବା ଉଦ୍ଦେଶ୍ୟରେ ଅଯଥା ବିବୃତିମାନ ଦେଉଛନ୍ତି । ବିଜେଡି ନେତୃବୃନ୍ଦ ଧର୍ଯ୍ୟ ରଖିବା ସହ ଅଶାନ୍ତି ଓ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ନ କରନ୍ତୁ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି । ଏହି ଅବସରରେ ରାଜ୍ୟ ଗଣମାଧ୍ୟମ ସଂଯୋଜକ ଶ୍ରୀ ସୁଜିତ କୁମାର ଦାସ ଉପସ୍ଥିତ ଥିଲେ ।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ