ଓଡିଶାରେ ହ୍ରାସ ପାଇବ ପେଟ୍ରୋଲ ଓ ଡିଜେଲ ଦର

ଆଜି ଧନତେରାସରେ କେନ୍ଦ୍ର ସରକାର ନେଇଛନ୍ତି ଏହି ବଡ଼ ନିଷ୍ପତ୍ତି। କମିବ ପେଟ୍ରୋଲ ଓ ଡିଜେଲ ଦର। ଏନେଇ ଏକ୍ସ’ରେ ସୂଚନା ଦେଇଛନ୍ତି ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ଓଡ଼ିଶାର ୯ଟି ସ୍ଥାନରେ ଉପକୃତ ହେବେ ଉପଭୋକ୍ତା। ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟ ଜିଲାବାସୀଙ୍କୁ ମିଳିବ ଲାଭ।