ଜାଣନ୍ତୁ ଆୟୁଷ୍ମାନ ଭାରତ ଯୋଜନା ଓଡ଼ିଶାରେ କେବେଠୁ ଲାଗୁ ହେବ ?
ଆୟୁଷ୍ମାନ ଭାରତ ଯୋଜନାର ପାର୍ଟ ୨ ଆସନ୍ତାକାଲି ଜାତୀୟ ସ୍ତରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ଲଞ୍ଚ ହେବ । ଏଥିରେ ସତୁରୀ ବର୍ଷରୁ ଅଧିକ ବୟସ ଲୋକମାନେ ମାଗଣା ସ୍ବାସ୍ଥ୍ୟ ସୁବିଧା ପାଇବେ । କିନ୍ତୁ ଓଡ଼ିଶାରେ ଏହା ଲାଗୁ ହୋଇପାରିବ ନାହିଁ । ଯେହେତୁ ଓଡ଼ିଶାରେ ପୂର୍ବରୁ ଆୟୁଷ୍ମାନ ଯୋଜନା ଲାଗୁ ହୋଇନଥିଲା, ତେଣୁ ତାର ମୋଡାଲିଟି ବି ପ୍ରସ୍ତୁତ ହୋଇନାହିଁ । ଆମେ ଖୁବ୍ ଶୀଘ୍ର ମୋଡାଲିଟି ପ୍ରସ୍ତୁତ କରି ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହାକୁ ଲାଗୁ କରିବୁ। ଏଭଳି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ସେ କହିଛନ୍ତି, ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଆୟୁଷ୍ମାନ ଭାରତ ଯୋଜନା ପାର୍ଟ ୧ ଓ ୨ ଓଡ଼ିଶାରେ ଲାଗୁ କରିବା ପାଇଁ ଆମେ ପ୍ରସ୍ତୁତି ଚଳାଇଛୁ। ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ ସରିଛି ଓ କେନ୍ଦ୍ର ସରକାରଙ୍କ ସହ ଆଲୋଚନା ଚାଲିଛି। ଚଳିତ ଆର୍ଥକ ବର୍ଷ ଶେଷ ସୁଦ୍ଧା କାର୍ଡ ଇସ୍ୟୁ କରିବା ସହ ଯୋଜନାର ଶୁଭାରମ୍ଭ କରାଯିବ।