ମଠ ମନ୍ଦିରଗୁଡ଼ିକର ସୁରକ୍ଷା ଓ ରକ୍ଷଣାବେକ୍ଷଣ ପାଇଁ ସରକାର ଆଣୁଛନ୍ତି ନୂଆ ଯୋଜନା
ବିଜେପି ସରକାର ମଠମନ୍ଦିରଗୁଡ଼ିକର ସୁରକ୍ଷା ଓ ରକ୍ଷଣାବେକ୍ଷଣ ସହ ପରିଚଳନା ସମସ୍ୟା ସମାଧାନ ପାଇଁ ନୂଆ ଯୋଜନା ଆଣୁଛନ୍ତି । ଏନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି । ଦେବାଳୟ ପ୍ରକଳ୍ପ ନୂଆ ଯୋଜନା ଆଣୁଛନ୍ତି ସରକାର। ଏନେଇ ଆଜି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯେ ଯେଉଁ ମଠ ମନ୍ଦିରଗୁଡ଼ିକରେ ସ୍ଥାନରେ ମରାମତି, ରକ୍ଷଣାବେକ୍ଷଣ, ପରିଚାଳନା ସମସ୍ୟା ଅଛି, ଏସବୁ କଥା ଗୁଡ଼ିକୁ ଆଡ୍ରେସ କରାଯିବ। ନିର୍ଦ୍ଦିଷ୍ଟ ରୂପରେଖ ଖୁଵ ଶୀଘ୍ର ସ୍ପଷ୍ଟ ହେବ। ଓଡ଼ିଶାର ସଂସ୍କୃତି ଯେଉଁ ମଠ ମନ୍ଦିର ସହ ଜଡ଼ିତ ଅଛି ସେଗୁଡ଼ିକର ସୁରକ୍ଷା ଆମ ପ୍ରାଥମିକତା। ସେଥିପାଇଁ ଯାହା ଯାହା ଆବଶ୍ୟକ, ସରକାର ନିଶ୍ଚିତ ଭାବେ ସେକଥାକୁ ପ୍ରାଥମିକତା ଦେଇ କରିବେ।