ମେଟ୍ରୋ ଓଡିଶା (୨୬.୩.୨୦୨୨) :
ଜାତୀୟ ଅତ୍ୟାବଶକୀୟ ଔଷଧ ସୂଚୀ ବା ନ୍ୟାସନାଲ ଲିଷ୍ଟ ଅଫ୍ ଏସେନ୍ସିଆଲ୍ ମେଡିସିନ୍ ଅନ୍ତର୍ଗତ ୮୦୦ ଟି ଔଷଧର ମୂଲ୍ୟ ଏପ୍ରିଲ୍ମାସରୁ ବୃଦ୍ଧି ପାଇବ । ପାରାସିଟାମଲ୍ ସହ ଅନ୍ୟ ଅତ୍ୟାବଶକୀୟ ଔଷଧର ମୂଲ୍ୟ ପ୍ରାୟ ୧୦.୭ ପ୍ରତିଶକ ବୃଦ୍ଧି ପାଇବ ବୋଲି ସୂଚନା ମିଳିଛି । ହୋଲସେଲ୍ ପ୍ରାଇସ୍ ଇଣ୍ଡେକ୍ସରେ ବୃଦ୍ଧି କାରଣରୁ ଏହି ସବୁ ଔଷଧର ମୂଲ୍ୟ ବୃଦ୍ଧି ପାଇବ ବୋଲି ଜଣା ପଡିଛି ।

ଏବେ ଜର , ସଂକ୍ରମଣ, ହୃଦୟ ରୋଗ . ଉଚ୍ଚ ରକ୍ତଚାପ ତଥା ଚର୍ମ ରୋଗ ସହ ଅନ୍ୟ କେତକ ରୋଗ ପାଇଁ ବ୍ୟବହାର ହେଉଥିବା ଔଷଧର ମୂଲ୍ୟ ବୃଦ୍ଧି ପାଇବ ବୋଲି ସୂଚନା ମିଳିଛି । ପାରାସିଟାମଲ୍ , ଫିନୋବାର୍ବିଟୋନ, ସୋଡିୟମ, ଏଜିଥ୍ରୋମାଇସିନ୍ , ମେଟ୍ରୋନିଡାଜୋଲ୍ ପରି ଔଷଧ ମହଙ୍ଗା ହେବ । ଏପ୍ରିଲ୍ ଏକ ତାରିଖରୁ ଏ ସବୁର ମୂଲ୍ୟ ବୃଦ୍ଧି ପାଇବ ।