ଚଢା ଦରରେ ବିକ୍ରି ହେଉଥିଲେ ଫୋନ୍ କରନ୍ତୁ
ଯଦି ବେପାରୀ କଳାବଜାରୀ କରୁଛନ୍ତି ତେବେ ଫୋନ କରନ୍ତୁ । ସରକାର ଜାରି କରିଛନ୍ତି ଫୋନ ନମ୍ବର । ଅତ୍ୟାବଶ୍ୟକ ସାମଗ୍ରୀର ଦରରେ ଅହେତୁକ ବୃଦ୍ଧି ଅଭିଯୋଗ ପରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଜାରି ହେଲା ହେଲ୍ପ ଲାଇନ୍ ନମ୍ବର। ୦୬୭୪-୨୩୯୬୨୨୭ରେ ଅଭିଯୋଗ କରିପାରିବେ ଖାଉଟି।
କଲ୍ କରି ବ୍ୟବସାୟୀଙ୍କ ବିରୋଧରେ ଅଭିଯୋଗ କରିପାରିବେ। ଅଭିଯୋଗ ଅନୁସାରେ ବ୍ୟବସାୟୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ ବୋଲି କୁହାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ଘୋଷଣା କରାଯାଇଛି। ବାତ୍ୟା ‘ଦାନା’ ଆଜି ରାତିରୁ ୨୫ ତାରିଖ ସକାଳ ଭିତରେ ଧାମରାରୁ ଭିତରକନିକାରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି।
ଏହାର ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିଛି । ପ୍ରଭାବି ଜିଲ୍ଲାମାନଙ୍କରେ ଉଦ୍ଧାର କାର୍ଯ୍ୟ ଚାଲିଛି। ହେଲେ ଏହାର ସୁଯୋଗ ନେଇ କିଛି ଅସାଧୁ ବ୍ୟବସାୟୀ ଅହେତୁକ ଖାଦ୍ୟ ସମଗ୍ରୀର ଦର ବଢ଼ାଇ ଦେଉଛନ୍ତି। ଯେଉଁଥିପାଇଁ ବଜାରରେ କୁତ୍ରିମ ଅଭାବ ଦେଖାଯାଉଛି।