ଜାଣନ୍ତୁ କେଉଁ ୪ଜିଲ୍ଲାରେ ବାତ୍ୟା ରଚିବ ତାଣ୍ଡବ ?

ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାର କିଛି ଅଞ୍ଚଳରେ ବାତ୍ୟାର ବାହ୍ୟ ବଳୟ ସ୍ପର୍ଶ । କାଲି ରାତିରୁ ୨୫ ପୂର୍ବାହ୍ଣ ଯାଏ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଚାଲିବ ବୋଲି ସୂଚନା ଦେଇଛନ୍ତି ଆଇଏମଡି ଡିଜି ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର |

ବାତ୍ୟା ପାଇଁ OAS ପ୍ରିଲିମ ପରୀକ୍ଷା ସ୍ଥଗିତ ନିଷ୍ପତ୍ତି । ଆସନ୍ତା ୨୭ରେ ହେବାକୁ ଥିବା ପରୀକ୍ଷା ସ୍ଥଗିତ । ୭ ଦିନ ପରେ ନୂଆ ତାରିଖ ଧାର୍ଯ୍ୟ ହେବ

ବାତ୍ୟା ପାଇଁ ନନ୍ଦନକାନନ ବନ୍ଦ । ଆସନ୍ତାକାଲି ଓ ୨୫ ତାରିଖରେ ବନ୍ଦ,  ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ ବନ୍ଦ ରହିବ ।

ଲୁଣିପାଣି ମାଡ଼ିପାରେ ବୋଲି କହିଲା IMD । ସାମୁଦ୍ରିକ ଜୁଆର ପ୍ରଭାବରେ ସ୍ଥଳଭାଗକୁ ଲୁଣିପାଣି ମାଡ଼ିପାରେ, ବ୍ରାହ୍ମଣୀ, ବୈତରଣୀ ନଦୀ ଜରିଆରେ ଲୁଣିପାଣି ଆସିପାରେ । ସଜାଗ ରହିବା ପାଇଁ ପରାମର୍ଶ ଦେଲେ IMD ନିର୍ଦ୍ଦେଶକ

ବାତ୍ୟା ପାଇଁ ୪ଟି ପୋର୍ଟକୁ ବିପଦ ସଂକେତ ଜାରି । ପୁରୀ ପାଇଁ ୧୦ ନମ୍ବର ବିପଦ ସଂକେତ ଜାରି, ଗୋପାଳପୁର ବନ୍ଦର ପାଇଁ ୮ ନମ୍ବର ବିପଦ ସଂକେତ ଜାରି । ଧାମରା ଓ ପାରାଦୀପ ପାଇଁ ୪ ନଂ ବିପଦ ସଂକେତ ଜାରି |

୪ ଜିଲ୍ଲାରେ ବାତ୍ୟାର ପ୍ରଭାବ ବେଶି ରହିବ କହିଲେ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।  ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ବର, ଭଦ୍ରକରେ ବେଶି ପ୍ରଭାବ ପଡ଼ିବ,  ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ପବନ ସମ୍ଭାବନା |

ସ୍ଥଳଭାଗ ଛୁଇଁଲା ବାତ୍ୟାର ବାହ୍ୟବଳୟ । ଭଦ୍ରକ, କେନ୍ଦ୍ରାପଡ଼ାର କିଛି ଅଞ୍ଚଳରେ ବାତ୍ୟାର ବାହ୍ୟ ବଳୟ ସ୍ପର୍ଶ । ପାରାଦୀପ ରାଡାର୍‌ ତଥ୍ୟରୁ ପାଣିପାଗ ବିଜ୍ଞାନୀଙ୍କ ସୂଚନା |

ପାରାଦୀପରୁ ସମୁଦ୍ର ତଟରେ କଟକଣା । ୧୬୩ ଲାଗୁ ହେବ କହିଲେ ଜଗତସିଂହପୁର ଜିଲ୍ଲାପାଳ, ସମୁଦ୍ରକୁ ସଂଯୋଗ କରୁଥିବା ନଦୀ ବନ୍ଧରେ ଭାରିଯାନ ମନା

ଲକ୍ଷ୍ମୀପୂଜା ଉପରେ ପଡ଼ିବ ବାତ୍ୟାର ପ୍ରଭାବ। କେନ୍ଦ୍ରାପଡ଼ାରେ ଆଜି ସନ୍ଧ୍ୟା ସୁଦ୍ଧା ହେବ ଗଜଲକ୍ଷ୍ମୀ ପୂଜା ଭସାଣ। ପ୍ରଶାସନର ନିର୍ଦ୍ଦେଶ ପରେ ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ଆରମ୍ଭ ହୋଇଛି ଭସାଣ ପ୍ରସ୍ତୁତି |