ଚଳିତ ଆଇଏସ୍ଏଲ୍ ଫୁଟ୍ବଲ୍ ପ୍ରତିଯୋଗିତାରେ ଓଡ଼ିଶା ଏଫ୍ସି ମଙ୍ଗଳବାର ଦ୍ବିତୀୟ ବିଜୟ ପାଇଛି। କଳିଙ୍ଗ ଷ୍ଟାଡିୟମ୍ରେ ଖେଳାଯାଇଥିବା ମ୍ୟାଚ୍ରେ ଘରୋଇ ଦଳ ୨-୧ ଗୋଲ୍ରେ ଇଷ୍ଟ୍ବେଙ୍ଗଲ ଏଫ୍ସିକୁ ପରାସ୍ତ କରିଛି। ମ୍ୟାଚ୍ର ୨୨ତମ ମିନିଟ୍ରେ ଇସାକ୍ ରାଲ୍ଟେଙ୍କ ପାସ୍କୁ ରୟ କ୍ରିଷ୍ଣ ଗୋଲ୍ରେ ପରିଣତ କରି ଓଡ଼ିଶାକୁ ପ୍ରାରମ୍ଭିକ ଅଗ୍ରଣୀ ଦେଇଥିଲେ। ହେଲେ ପ୍ରଥମାର୍ଦ୍ଧର ଇନ୍ଜ୍ୟୁରି ସମୟରେ ଓଡ଼ିଶା ଏଫ୍ସିର ପେନାଲ୍ଟି ଅଞ୍ଚଳରେ ଥୋଇବା ସିଂହ ହ୍ୟାଣ୍ଡ ବଲ୍ କରିବାରୁ ୟେଲୋ କାର୍ଡ ପାଇଥିଲେ। ଏଥସହ ଇଷ୍ଟ୍ବେଙ୍ଗଲ୍କୁ ପେନାଲ୍ଟି ସଟ୍ ମିଳିଥିଲା। ଯାହାକୁ ଦିଆମନ୍ତାକୋସ ଦିମିତ୍ରିଓସ୍ (୪୫+୪ ମିନିଟ୍) ସଫଳତାର ସହ ଗୋଲ୍ରେ ପରିଣତ କରି ପ୍ରଥମାର୍ଦ୍ଧରେ ସ୍ଥିତି ସମାନ ରଖିଥିଲେ। ମ୍ୟାଚ୍ର ୬୯ ମିନିଟ୍ରେ ପ୍ରଭାତ ଲାକ୍ରା ଫାଉଲ୍ ମାରି ୟେଲୋ କାର୍ଡ ପାଇଥିଲେ ଏବଂ ଓଡ଼ିଶା ଏଫ୍ସିକୁ ଫ୍ରିକିକ୍ ମଳିଥିଲା। ଏହାକୁ ଅହମଦ ଜହାଉ ସୁନ୍ଦର ଭାବେ ଇଷ୍ଟ୍ବେଙ୍ଗଲ ଗୋଲ୍ ପୋଷ୍ଟ୍ର ଡାହାଣ ପଟକୁ ମାରିଥିଲା ବେଳେ ଏହାକୁ ମୌତର୍ଡା ଫଲ୍ (୬୯ତମ ମିନିଟ୍) ହେଡର୍ରେ ଗୋଲ୍ ଦେଇ ଓଡ଼ିଶାକୁ ୨-୧ରେ ଆଗୁଆ କରିଥିଲେ। ୭୬ତମ ମିନିଟ୍ରେ ପ୍ରବୋଧ ପୁଣି ଫାଉଲ୍ ମାରିବାରୁ ଦ୍ବିତୀୟ ୟେଲୋ କାର୍ଡ (ରେଡ୍ କାର୍ଡ) ପାଇ ପଡ଼ିଆରୁ ବିଦା ହୋଇଥିଲେ। ଫଳରେ ଶେଷ ପର୍ଯ୍ୟନ୍ତ ଇଷ୍ଟ୍ବେଙ୍ଗଲ ୧୦ଜଣଙ୍କୁ ନେଇ ଖେଳିଥିଲା। କିନ୍ତୁ ଏଥିରୁ ଫାଇଦା ଉଠାଇ ନପାରି ଘରୋଇ ଦଳ ୨-୧ ଗୋଲ୍ ବ୍ୟବଧାନରେ ବିଜୟୀ ହୋଇଥିଲା।
Trending
- ଆଜିଠୁ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ,ବୈଠକକୁ ଉଦଘାଟନ କରିବେ ରାଷ୍ଟ୍ରୀୟ ସାଧାରଣ ସଂପାଦକ ସୁନୀଲ ବଂଶଲ
- ମଣିଷ ଗଢ଼ୁଥିବା ଗୁରୁଙ୍କୁ ସମ୍ମାନର ଦିନ , ଗୁରୁ ଦିବସ ପାଇଁ ଚଳଚଞ୍ଚଳ ବିଭିନ୍ନ ଶିକ୍ଷାନୁଷ୍ଠାନ
- ଚାଷୀଙ୍କ ଖାତାରେ ସିଏମ କିଷାନର ପଞ୍ଚମ କିସ୍ତି , ଡିବିଟି ମାଧ୍ୟମରେ ଚାଷୀଙ୍କ ଖାତାକୁ ଗଲା ଟଙ୍କା
- ଲକ୍ଷ୍ମୀସାଗର ବ୍ରହ୍ମାକୁମାରୀ ସେଣ୍ଟରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ: ଦିବ୍ୟ ଗୁଣ ଧାରଣ ପାଇଁ ଆହ୍ୱାନ
- ମହାକାଶରେ ଭାରତର ନୂଆ ଆଖି । EOS-05ର ସଫଳ ଉତକ୍ଷେପଣ
- ଏଣିକି ଜମି କିଣାବିକା ପଞ୍ଜୀକରଣ ଦଲିଲ ମାତ୍ର ଚାରି ପୃଷ୍ଠାରେ ସୀମିତ ରହିବା ସହ ସେଲ୍ ଡିଡ୍ ରେଜିଷ୍ଟ୍ରେସନ ସମ୍ପୂର୍ଣ୍ଣ ପେପରଲେସ୍ ହେବ
- ଓଡ଼ିଶା ଯାତ୍ରୀ ସୁରକ୍ଷା ଆପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ସ୍କୁଲ ଆସିବା-ଯିବା କିମ୍ବା ପରିସରରେ ଛାତ୍ରଛାତ୍ରୀଙ୍କ ଦୁର୍ଘଟଣା ଘଟିଲେ ମିଳିବ ୨ ଲକ୍ଷ ସହାୟତା ଘୋଷଣା କଲେ ରାଜ୍ୟ ସରକାର
- ପୂର୍ବତନ ମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ନେତା ସତ୍ୟେନ୍ଦ୍ର ଜୈନଙ୍କୁ ବଡ଼ ଆଶ୍ୱସ୍ତି, ମିଳିଲା ଜାମିନି
- ପବିତ୍ର ଜନ୍ମାଷ୍ଟମୀ ପାଇଁ ଚଳଚଞ୍ଚଳ କନ୍ଧମାଳ ଜିଲ୍ଲା, ଆଶ୍ରମରେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ
Next Post