ଚଳିତ ଆଇଏସ୍ଏଲ୍ ଫୁଟ୍ବଲ୍ ପ୍ରତିଯୋଗିତାରେ ଓଡ଼ିଶା ଏଫ୍ସି ମଙ୍ଗଳବାର ଦ୍ବିତୀୟ ବିଜୟ ପାଇଛି। କଳିଙ୍ଗ ଷ୍ଟାଡିୟମ୍ରେ ଖେଳାଯାଇଥିବା ମ୍ୟାଚ୍ରେ ଘରୋଇ ଦଳ ୨-୧ ଗୋଲ୍ରେ ଇଷ୍ଟ୍ବେଙ୍ଗଲ ଏଫ୍ସିକୁ ପରାସ୍ତ କରିଛି। ମ୍ୟାଚ୍ର ୨୨ତମ ମିନିଟ୍ରେ ଇସାକ୍ ରାଲ୍ଟେଙ୍କ ପାସ୍କୁ ରୟ କ୍ରିଷ୍ଣ ଗୋଲ୍ରେ ପରିଣତ କରି ଓଡ଼ିଶାକୁ ପ୍ରାରମ୍ଭିକ ଅଗ୍ରଣୀ ଦେଇଥିଲେ। ହେଲେ ପ୍ରଥମାର୍ଦ୍ଧର ଇନ୍ଜ୍ୟୁରି ସମୟରେ ଓଡ଼ିଶା ଏଫ୍ସିର ପେନାଲ୍ଟି ଅଞ୍ଚଳରେ ଥୋଇବା ସିଂହ ହ୍ୟାଣ୍ଡ ବଲ୍ କରିବାରୁ ୟେଲୋ କାର୍ଡ ପାଇଥିଲେ। ଏଥସହ ଇଷ୍ଟ୍ବେଙ୍ଗଲ୍କୁ ପେନାଲ୍ଟି ସଟ୍ ମିଳିଥିଲା। ଯାହାକୁ ଦିଆମନ୍ତାକୋସ ଦିମିତ୍ରିଓସ୍ (୪୫+୪ ମିନିଟ୍) ସଫଳତାର ସହ ଗୋଲ୍ରେ ପରିଣତ କରି ପ୍ରଥମାର୍ଦ୍ଧରେ ସ୍ଥିତି ସମାନ ରଖିଥିଲେ। ମ୍ୟାଚ୍ର ୬୯ ମିନିଟ୍ରେ ପ୍ରଭାତ ଲାକ୍ରା ଫାଉଲ୍ ମାରି ୟେଲୋ କାର୍ଡ ପାଇଥିଲେ ଏବଂ ଓଡ଼ିଶା ଏଫ୍ସିକୁ ଫ୍ରିକିକ୍ ମଳିଥିଲା। ଏହାକୁ ଅହମଦ ଜହାଉ ସୁନ୍ଦର ଭାବେ ଇଷ୍ଟ୍ବେଙ୍ଗଲ ଗୋଲ୍ ପୋଷ୍ଟ୍ର ଡାହାଣ ପଟକୁ ମାରିଥିଲା ବେଳେ ଏହାକୁ ମୌତର୍ଡା ଫଲ୍ (୬୯ତମ ମିନିଟ୍) ହେଡର୍ରେ ଗୋଲ୍ ଦେଇ ଓଡ଼ିଶାକୁ ୨-୧ରେ ଆଗୁଆ କରିଥିଲେ। ୭୬ତମ ମିନିଟ୍ରେ ପ୍ରବୋଧ ପୁଣି ଫାଉଲ୍ ମାରିବାରୁ ଦ୍ବିତୀୟ ୟେଲୋ କାର୍ଡ (ରେଡ୍ କାର୍ଡ) ପାଇ ପଡ଼ିଆରୁ ବିଦା ହୋଇଥିଲେ। ଫଳରେ ଶେଷ ପର୍ଯ୍ୟନ୍ତ ଇଷ୍ଟ୍ବେଙ୍ଗଲ ୧୦ଜଣଙ୍କୁ ନେଇ ଖେଳିଥିଲା। କିନ୍ତୁ ଏଥିରୁ ଫାଇଦା ଉଠାଇ ନପାରି ଘରୋଇ ଦଳ ୨-୧ ଗୋଲ୍ ବ୍ୟବଧାନରେ ବିଜୟୀ ହୋଇଥିଲା।
Trending
- ବାତ୍ୟା ପାଇଁ ଖୋର୍ଦ୍ଧା ଜିଲାରେ ୨ ଦିନ ସ୍କୁଲ ଛୁଟି ଘୋଷଣା
- ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’ ପାଇଁ ୮ ଜିଲାରେ ସ୍କୁଲ ଛୁଟି ଘୋଷଣା
- ବାତ୍ୟାର ପ୍ରଭାବ ଦାରିଙ୍ଗବାଡ଼ିରେ ଦେଖିବାକୁ ମିଳିଛି, ମଧ୍ୟାହ୍ନରୁ ବର୍ଷା, ପବନ ଲାଗିରହିଛି
- ସରକାର ଗଢ଼ିବା ପାଇଁ ଭୋଟରଙ୍କୁ ପ୍ରତିଦିନ ଲୋଭ ଦେଖାଉଛନ୍ତି ତେଜସ୍ବୀ
- ନୂଆପଡ଼ାରେ ତିନି ପ୍ରମୁଖ ରାଜନୈତିକ ଦଳଙ୍କ ଫୋକସରେ ଚାଷୀ, ମହିଳା
- ରାତାରାତି ବଢିଗଲା ଆଳୁ-ପିଆଜ ଦର
- ମଙ୍ଗଳବାର ସ୍ଥଳଭାଗ ମୁହାଁଇବ ‘ମନ୍ଥା’
- ଆଜି ରାତି ସୁଦ୍ଧା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାର ରୂପ ନେବ ‘ମୋନ୍ଥା’
- ସ୍ପଷ୍ଟ ହୋଇଛି ବାତ୍ୟା ‘ମୋନ୍ଥା’ ର ଗତିପଥ ,ଓଡ଼ିଶାର ୧୫ଟି ଜିଲା ଉପରେ ବାତ୍ୟାର ପ୍ରକୋପ
- ମନ୍ କି ବାତ୍ କାର୍ଯ୍ୟକ୍ରମର ୧୨୭ତମ ଏପିସୋଡ୍ , ଛଟ୍ ପର୍ବର ଗୁରୁତ୍ୱ ବୁଝାଇଛନ୍ତି ପ୍ରଧାନମନ୍ତ୍ରୀ
Next Post