ବାତ୍ୟା ‘ଦାନା’ର ମୁକାବିଲା ଲାଗି ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡିକରେ ନିୟୋଜିତ ହେବେ ୧୭ ଓଡ୍ରାଫ ଟିମ
୧୦ ଏନଡିଆରଏଫ ଟିମ ପଠାଇବାକୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଲେ ରାଜ୍ୟ ସରକାର
ବାତ୍ୟାର ମୁକାବିଲା ଲାଗି ଅଧିକ ଏନଡିଆରଏଫ ଟିମ୍ ମାଗିଲେ ରାଜ୍ୟ ସରକାର। ଅତିରିକ୍ତ ୧୦ ଏନଡିଆରଏଫ ଟିମ ପଠାଇବାକୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଲେ ରାଜ୍ୟ ସରକାର। ଟିମ୍ ମୁତୟନ ଆଇନଶୃଙ୍ଖଳା ଏଡ଼ିଜିଙ୍କୁ ଚିଠି ଲେଖି ଅଵଗତ କରିଛନ୍ତି ଅତିରିକ୍ତ ସ୍ୱତନ୍ତ୍ର ରିଲିଫ କମିଶନର ପଦ୍ମନାଭ ବେହେରା। ରାଜ୍ୟରେ ବାତ୍ୟା ‘ଦାନା’ ର କୁକାବିଲା ଲାଗି ରାଜ୍ୟ ବାହାରେ ଏନଡିଆରଏଫ ଟିମ୍ ମୁତୟନ କରିବାକୁ ବି ନିବେଦନ କରାଯାଇଛି।