ସଜବାଜ ହେଲେଣି ରଣବୀର-ଆଲିଆ
ମେଟ୍ରୋ ଓଡିଶା (୨୬.୩.୨୦୨୨ ) :
ବଲିଉଡ ତାରକା ହାତକୁ ଦି ହାତ ହେବ ଏହି ଲଭ୍ ବାର୍ଡ। ଦୀର୍ଘ ଦିନର ଅପେକ୍ଷାର ଘଟିବ ଅନ୍ତ। ଏଥିପାଇଁ ଫୁଲ୍ ଦମ୍ରେ ସଜବାଜ ହେଲେଣି ରଣବୀର-ଆଲିଆ। ଆରମ୍ଭ କରିଦେଲେଣି ସପିଂ। ମିଳିଥିବା ସୂଚନା ଅନୁସାରେ ,ଆସନ୍ତା ଏପ୍ରିଲ ମାସରେ ରଣବୀର ଓ ଆଲିଆଙ୍କ ପଡିବ ହାତଗଣ୍ଠି। ଏଥିପାଇଁ ଉଭୟଙ୍କ ପରିବାର ତରଫରୁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ ହୋଇଛି।

ନିକଟରେ ସାମ୍ନାକୁ ଆସିଥିବା ଆଲିଆ ଓ ରଣବୀରଙ୍କ ଫଟୋକୁ ଦେଖି କିଛି ଏଭଳି ମନେ ହେଉଛି। ସୋଶାଲ ମିଡିଆରେ ରଣବୀର ଓ ଆଲିଆଙ୍କ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ ଦୁହେଁ ପ୍ରସିଦ୍ଧ ବ୍ରାଇଡାଲ କାଞ୍ଚିପୁରମ ଶାଢ଼ୀ ବ୍ରାଣ୍ଡ ସମାତି ଟେକ୍ସଟାଇଲ୍ସର ସିଇଓ ଓ ଡିଜାଇନରଙ୍କ ସହ ନଜର ଆସିଛନ୍ତି। ଏହି ଫଟୋକୁ ଦେଖିବା ପରେ ବିବାହ ପାଇଁ ଉଭୟ ସପିଂ ଆରମ୍ଭ କରିଦେଇଥିବା ଚର୍ଚ୍ଚା ହେଉଛି।