ମେଟ୍ରୋ ଓଡିଶା (୨୬.୩.୨୦୨୨):
ପୌରାଞ୍ଚଳର ଲୋକମାନେ ସିଧାସଳଖ ଭାବେ ନିଜ ଲୋକ ପ୍ରତିନିଧି ବାଛିଥାନ୍ତି । ଚଳିତ ବର୍ଷ ଓଡ଼ିଶାରେ ପୌର ନିର୍ବାଚନ ତିନୋଟି ମହାନଗର ନିଗମ ଯଥା କଟକ, ଭୁବନେଶ୍ୱର, ବ୍ରହ୍ମପୁର ସମେତ ୪୭ଟି ମ୍ୟୁନିସିପାଲଟି ଓ ୫୯ଟି ବିଜ୍ଞାପିତ ଅଞ୍ଚଳ ପରିଷଦରେ ହେବ। ଏଥିପାଇଁ ମୋଟ୍ ୪୪୩୭ ବୁଥ୍ ହୋଇଛି ।
ମତଦାନ ତାରିଖ
ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ମାର୍ଚ୍ଚ ୨୪ ରେ ମତଦାନ ହେବ ବୋଲି ଘୋଷଣା କରାଯାଇଛି । ଏହି ଦିନ ଭୋଟର ମାନେ ବୁଥ୍କୁ ଯାଇ ନିଜ ମନପସନ୍ଦର ଲୋକ ପ୍ରତିନିଧି ବାଛିବେ । ରାଜ୍ୟ ନିର୍ବାଚନ କମିଶନଙ୍କ କହିବା ଅନୁଯାୟୀ ୪୦ ଲକ୍ଷରୁ ଅଧିକ ଭୋଟର ସେମାନଙ୍କର ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିବେ ।