ରାଉରକେଲାରେ ରାମ ଦୋଳି ଛିଡ଼ି ପଡ଼ିଲା

ଶାରଦୀୟ ଦୁର୍ଗାପୂଜା ପାଇଁ ଇସ୍ପାତନଗରୀ ‘ରାଉରକେଲା’ ଉତ୍ସବମୁଖର ହୋଇ ଉଠିଥିବାବେଳେ ଏକ ଅଘଟଣ ଘଟିଛି । ପରିବାରର ସ୍ବାମୀ, ସ୍ତ୍ରୀ ଏବଂ ୧୨ ବର୍ଷର ଝିଅ ଦୁର୍ଗାପୂଜା ମେଳା ଦେଖି ବାହାରିଥିଲେ। ସନ୍ଧ୍ୟାରେ ଟେଲିଫୋନ୍‌ ଭବନରେ ମିଆଁମାର ବୁଦ୍ଧ ମନ୍ଦିର ତୋରଣ ଦେଖିଥିଲେ। ତାପରେ ମାଆଙ୍କ ଦର୍ଶନ କରିବା ପରେ ମେଳା ବୁଲା ଆରମ୍ଭ କରିଥିଲେ। ମଣ୍ଡପ ପାଖରେ ଥିବା ରାମଦୋଳି ବସିବାକୁ ଝିଅ ଜିଦ୍‌ କରିବାରୁ ସମସ୍ତେ ଟିକେଟ୍‌ କାଟି ବସିବାକୁ ଯାଇଥିଲେ। ଭିଡ଼ ଥିବାରୁ ଟିକେ ବିଳମ୍ବ​ରେ ବସିବାକୁ ମିଳିଥିଲା। ତେବେ ଦୋଳିରୁ ତ୍ରୁଟି ଥିବାରୁ ସେମା​ନେ ବସିଥିବା ଦୋଳିଟି ହଠାତ୍‌ ଜୋ​ରରେ ହଲିବାକୁ ଲଗିଲା। ​ଦୋଳିରେ ବସିଥିବା ୩ ଜଣ ଦୋଳିରୁ ପଡ଼ିଯାଇଥିଲେ।

ଚଳିତବର୍ଷ ସହରରେ ମୋଟ୍‌ ୧୦୮ଟି ସ୍ଥାନରେ ଧୂମ୍‌ଧାମ୍‌ରେ ପୂଜା ଆୟୋଜନ କରାଯାଉଛି। ମା’ଙ୍କ ଦର୍ଶନ, ମେଳା ବୁଲିବା ଓ ମୀନାବଜାରରୁ ସାମଗ୍ରୀ କିଣିବା ପାଇଁ ଲୋକେ ଉତ୍ସାହିତ ଥିବା ବେଳେ ସେକ୍ଟର-୬ ଟେଲିଫୋନ୍‌ ଭବନ ମେଳାରେ ଶୁକ୍ରବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ରାମଦୋଳିରେ ବସିଥିବା ଗୋଟିଏ ପରିବାରର ୩ ଜଣ ଆହତ ହୋଇଛନ୍ତି।