ସାଲିଆସାହିରରେ ପୁଣି ଠାବ ହେଲା ଦେଶୀ ମଦ କାରଖାନା

ସାଲିଆସାହିର ନୀଳଚକ୍ର ନଗରରେ ଦେଶୀ ମଦ କାରଖାନାରେ ଅବକାରୀ ଟିମ୍‌ ପକ୍ଷରୁ ଚଢ଼ାଉ କରାଯାଇଛି। ଶହ ଶହ ଲିଟର ଦେଶୀ ମଦ ଜବତ ସହ ପୋଚ ନଷ୍ଟ କରିଛି ।ଗୁରୁବାର ଭୋର ୫ଟାରୁ ପୂର୍ବାହ୍ନ ୯ଟା ପର୍ଯ୍ୟନ୍ତ ୪ ଘଣ୍ଟା ଧରି ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଚଢ଼ାଉବେଳେ ୨ଟି ବଡ଼ ଦେଶୀ ମଦ ଭାଟିର ମଦକୁ ଅବକାରୀ ବିଭାଗ ନଷ୍ଟ କରିଛି ।ଚଢ଼ାଉ ବେଳେ ପ୍ରାୟ ୫ ହଜାର ଲିଟର ପୋଚ ନଷ୍ଟ କରଛି ଅବକାରୀ ବିଭାଗ । ମାମଲାରେ ୬ଜଣଙ୍କୁ ଗିରଫ କରାଯାଇଛି। ଘଟଣାସ୍ଥଳରୁ ଜଣେ ଅଭିଯୁକ୍ତ ଫେରାର ହୋଇଥିବାବେଳେ  ଏହି ମାମଲାରେ ଅବକାରୀ ବିଭାଗ ଗୋଟିଏ ସ୍କୁଟି ଜବତ କରିଛି ।