ବଙ୍ଗଳା ଅଭିନେତା ଅଭିଷେକ ଚାଟାର୍ଜୀଙ୍କ ପରଲୋକ

ବଙ୍ଗଳା ଅଭିନେତା ଅଭିଷେକ ଚାଟାର୍ଜୀଙ୍କ ପରଲୋକ

ମେଟ୍ରୋ ଓଡ଼ିଆ (୨୪.୩.୨୦୨୨):

ବଙ୍ଗଳା ଲୋକପ୍ରିୟ ଅଭିନେତା ଅଭିଷେକ ଚାଟାର୍ଜୀଙ୍କ ପରଲୋକ ଘଟିଛି। ୫୮ ବର୍ଷୀୟ ଅଭିନେତା ଅଭିଷେକ ବୁଧବାର ବିଳମ୍ବିତ ରାତିରେ ଶେଷ ନିଃଶ୍ୱସ ତ୍ୟାଗ କରିଛନ୍ତି । ଗତ କିଛି ଦିନ ହେବ ସେ ଅସୁସ୍ଥ ଥିଲେ। ତାଙ୍କ ବିୟୁଗ ବଙ୍ଗଳା ସିନେଜଗତକୁ ଏକ ଶକ୍ତ ଧକ୍କା ଦେଇଛି। ଅନେକ ଲୋକପ୍ରିୟ ଚଳଚ୍ଚିତ୍ର ଓ ଧାରାବାହିକରେ ସେ ଅଭିନୟ କରିଥିଲେ। ସୂଚନା ମୁତାବକ, ଗତକାଲି ଅଭିନେତା ଏକ ଶୋ’ର ଶୁଟିଂ କରୁଥିଲେ।

ଏହି ସମୟରେ ହଠାତ୍ ତାଙ୍କ ସ୍ଵସ୍ଥ୍ୟାବସ୍ଥା ଖରାପ ହୋଇଥିଲା। ସେଠାରେ ଉପସ୍ଥିତ ଥିବା ଲୋକେ ତାଙ୍କୁ ଡାକ୍ତରଖାନା ନେଉଥିଲେ, କିନ୍ତୁ ଅଭିଷେକ ହସ୍ପିଟାଲ ଯିବା ପରିବର୍ତ୍ତେ ଘରକୁ ପଳାଇଥିଲେ। ଏହାପରେ ଅଭିନେତାଙ୍କ ପରିବାର ଲୋକେ ଡାକ୍ତରଙ୍କୁ ଡାକିଥିଲେ ଓ ତାଙ୍କ ଚିକିତ୍ସା କରାଯାଇଥିଲା। ମାତ୍ର ବିଳମ୍ବିତ ରାତିରେ ସେ ଶେଷ ନିଃଶ୍ୱସ ତ୍ୟାଗ କରିଥିଲେ।