ଦଶହରା ଛୁଟି ପରେ ନବମ, ଦଶମ ଷାଣ୍ମାସିକ ପରୀକ୍ଷା
କଟକ: ଚଳିତ ବର୍ଷ ଅର୍ଦ୍ଧବାର୍ଷିକ ପରୀକ୍ଷାକୁ ଦଶହରା ଛୁଟି ପରେ କରାଯିବାକୁ ନିଷ୍ପତ୍ତି ହୋଇଛି। ରାଜ୍ୟର ପ୍ରାୟ ସମସ୍ତ ମାଧ୍ୟମିକ ବିଦ୍ୟାଳୟରେ ଏହି ଅର୍ଦ୍ଧବାର୍ଷିକ ପରୀକ୍ଷା ଅନୁଷ୍ଠିତ ହେଉଥିବା ବେଳେ ଏହି ପରୀକ୍ଷା ପାଇଁ ଓଷ୍ଟା ପ୍ରଶ୍ନପତ୍ର ପ୍ରସ୍ତୁତ କରି ଓଡ଼ିଶାର ପ୍ରତି ଜିଲ୍ଲାର ପ୍ରଶ୍ନପତ୍ର ବିତରଣ କେନ୍ଦ୍ରକୁ ପଠାଇବା ବ୍ୟବସ୍ଥା କରିଛି ବୋଲି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ ସୂଚନା ଦେଇଛନ୍ତି।