ମେଟ୍ରୋ ଟିଭି ଓଡିଶା (୨୩ .୩ . ୨୦୨୨) :
ଆଉ ଗୋଟିଏ ଦିନ ପରେ ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ବିଧାନସଭା ଅଧିବେଶନ । ଏହା ପାଇଁ ପୂର୍ବରୁ ସର୍ବ ଦଳୀୟ ବୈଠକ ଶେଷ ହୋଇଛି ଆଉ ପୂର୍ବ ନିଷ୍ପତି ଅନୂଯାଇ ଆଜିଠାରୁ ବିଧାୟକ ମାନଙ୍କ କୋଭିଡ୍ ଟେଷ୍ଟ ଆରମ୍ଭ ହୋଇଛି । ମାର୍ଚ୍ଚ ୨୫ରୁ ୩୧ ତାରିଖ ପର୍ଯ୍ୟନ୍ତ ବିଧାନସଭା ଅଧିବେଶନ ଜାରି ରହିବ । ଏନେଇ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରିଛି କମିଶନରେଟ୍ ପୋଲିସ୍ ।

ଆସନ୍ତା ୩୦ ତାରିଖରେ ରାଜ୍ୟ ବଜେଟ୍ ଉପସ୍ଥାନପ ହେବାକୁ ଯାଉଛି ଯାହାକୁ ନେଇ ଏଥର ବିଧାନସଭା ଉପରେ ପୁରା ରାଜ୍ୟ ବାସୀଙ୍କ ନଜର ରହିଛି । ଏହା ସହିତ ସରକାରଙ୍କୁ ଘେରିବା ପାଇଁ ବିରୋଧୀ ମଧ୍ୟ ଅନେକ ବଡ଼ ମୁଦ୍ଦାକୁ ପ୍ରସଙ୍ଗ କରିପାରନ୍ତି ବୋଲି ଅନୁମାନ କରାଯାଉଛି । ଏପେଟ ଆଜି ପ୍ରଥମ ଦିନରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ନିଜର କୋଭିଡ୍ ଟେଷ୍ଟ କରାଇଛନ୍ତି । ବିଧାୟକ ମାନେ ନିଜ ନିଜ ଜିଲ୍ଲାରେ ମଧ୍ୟ ନିଜର ଟେଷ୍ଟ କରାଇ ରିପୋର୍ଟ ପଠାଇ ପାରିବେ ବୋଲି ଆଜି ବାଚସ୍ପତି ସୂଚନା ଦେଇଛନ୍ତି ।