ସାମୟିକ ସ୍ଥଗିତ ରହିଲା ବଡ଼ଦାଣ୍ଡ ମିଳିତ ଉଠାଦୋକାନୀ ବ୍ୟବସାୟୀ ମହାସଂଘର ଜେଲ୍ ଭରୋ ଆନ୍ଦୋଳନ

ସାମୟିକ ସ୍ଥଗିତ ରହିଲା ବଡ଼ଦାଣ୍ଡ ମିଳିତ ଉଠାଦୋକାନୀ ବ୍ୟବସାୟୀ ମହାସଂଘ ର ୧୯ ତାରିଖ ଜେଲ୍ ଭରୋ ଆନ୍ଦୋଳନ  ।  ଜିଲ୍ଲାପାଳ ଙ୍କ ସହ ଆଲୋଚନା ବିଫଳ ହେବା ପରେ  ନଗର ଉନ୍ନୟନ ମନ୍ତ୍ରୀଙ୍କ ସହ ଆଲୋଚନା ପରେ ମନ୍ତ୍ରୀ ମହାଶୟ ସ୍ୱୟଂ ବଡ଼ଦାଣ୍ଡ ରେ  ଓ ଶ୍ରୀ ଦାଣ୍ଡ ରେ  ଗରୀବ ଉଠା ଦୋକାନୀ ମାନଙ୍କ ସହ ଉଦୁଉଦିଆ ଖରାରେ ନିଜେ ସରଜମିନ୍ ତଦାରଖ କଲେ ।  ଖୁବ୍ ଶୀଘ୍ର ନଗର ଉନ୍ନୟନ ଶଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ୨୫ ରୁ ୩୦ ତାରିଖ ମଧ୍ୟରେ ଗଠନ କରାଯାଇ ସ୍ଥାୟୀ ସମାଧାନ ର ପ୍ରତିଶୃତି ମନ୍ତ୍ରୀ ଦେବାପରେ ତାଙ୍କ କଥାକୁ ବିଶ୍ୱାସ କରି ସାମୟିକ ଭାବେ ୧୯ ତାରିଖ ଜେଲ୍ ଭରୋ ଆନ୍ଦୋଳନ କୁ ସ୍ଥଗିତ ରଖିବାକୁ ସମୁହ ନିଷ୍ପତ୍ତି ହେଲା । କିନ୍ତୁ ପେଟ ପାଟଣା ପାଇଁ ସଂଗ୍ରାମ ଜାରି ରହିବ ମହାସଂଘ କହିଛି  ।