ଭୋଟ୍ ପାଇଁ ଛୁଟି: ପୌର ନିର୍ବାଚନ ପାଇଁ ସରକାରୀ କର୍ମଚାରୀଙ୍କୁ ମିଳିବ ୩ ଦିନ ଛୁଟି

ମେଟ୍ରୋ ଟିଭି ଓଡିଶା (୧୭ .୩ . ୨୦୨୨) :

ଚଳିତ ବର୍ଷର ପ୍ରଥମ ସାମୁଦ୍ରିକ ଝଡ଼ ସ୍ଥଳ ଭାଗ ଆଡ଼କୁ ଧୀରେଧୀରେ ମାଡ଼ି ଆସୁଛି। ଏହି ବାତ୍ୟାର ନାଁ ଅସନି ରହିଛି। ଶ୍ରୀଲଙ୍କା ପକ୍ଷରୁ ଏହାର ନାମକରଣ କରାଯାଇଛି। ବାତ୍ୟା ଅସନି ଆସନ୍ତା ୨୧ ତାରିଖରେ ଆଣ୍ଡାମାନ ଓ ନିକୋବରରେ ଲ୍ୟାଣ୍ଡଫଲ କରିବ। ଏହାପରେ ଏହା ବାଂଲାଦେଶ ଓ ମିଆଁମାର ଆଡ଼େ ଯିବ ବୋଲି ଆଜି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚଳିତ ବର୍ଷର ପ୍ରଥମ ସାମୁଦ୍ରିକ ଝଡ଼ ସ୍ଥଳ ଭାଗ ଆଡ଼କୁ ଧୀରେଧୀରେ ମାଡ଼ି ଆସୁଛି। ଏହି ବାତ୍ୟାର ନାଁ ଅସନି ରହିଛି। ଶ୍ରୀଲଙ୍କା ପକ୍ଷରୁ ଏହାର ନାମକରଣ କରାଯାଇଛି। ବାତ୍ୟା ଅସନି ଆସନ୍ତା ୨୧ ତାରିଖରେ ଆଣ୍ଡାମାନ ଓ ନିକୋବରରେ ଲ୍ୟାଣ୍ଡଫଲ କରିବ।

ଏହାପରେ ଏହା ବାଂଲାଦେଶ ଓ ମିଆଁମାର ଆଡ଼େ ଯିବ ବୋଲି ଆଜି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଣ୍ଡାମାନ ଓ ନିକୋବରେ ମାଡ଼ ହେବା ପରେ ବାତ୍ୟା ଅସନି ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରିବ ଓ ୨୨ ତାରିଖ ସକାଳ ସୁଦ୍ଧା ବାଂଲାଦେଶ ଓ ଉତ୍ତର ମିଆଁମାର ନିକଟରେ ପହଞ୍ଚିବ। ବାତ୍ୟା ଆସିବାକୁ ଥିଲେ ହେଁ ସୁମଦ୍ର ଅଶାନ୍ତ ହୋଇନାହିଁ। କିନ୍ତୁ ଆସନ୍ତା ୧୮ ତାରିଖ ବେଳକୁ ସମୁଦ୍ରରେ ବଡ଼ବଡ଼ ଜୁଆର ଆସିବାର ଆଶଙ୍କା ରହିଛି ବୋଲି ଭାରତୀୟ ପାଣିପାଗ ଆକଳନ କରିଛି। ବାତ୍ୟା ଅସନି ଆଣ୍ଡାମାନ ଓ ନିକୋବରରେ ଲ୍ୟାଣ୍ଡଫଲ କରିବାକୁ ଥିବାରୁ ଏଠାରେ ଆଲର୍ଟ ଜାରି କରାଯାଇଛି। ସେହିପରି ଏଠାରେ ପ୍ରବଳରୁ ଅତି ପ୍ରବଳ ଓ ପବନର ବେଗ ମଧ୍ୟ ଅଧିକ ରହିପାରେ।