ପୁରୀ ସମୁଦ୍ର କୂଳରେ ପର୍ଯ୍ୟଟକଙ୍କୁ ଅପ୍ୟାୟିତ କରିବା ପାଇଁ ଛୋଟ ଛୋଟ କୁଡ଼ିଆ କରାଯାଇ ମଦ ବିକ୍ରୟ କରାଯିବ ବୋଲି ସରକାର ନିଷ୍ପତ୍ତି ନେଇଥିଲେ । ଏହାକୁ ସବୁ ମହଲରେ କଡ଼ା ବିରୋଧ କରିବାକୁ ସରକାର ପୁରୀ ବେଳାଭୂମିରେ ମଦ ଦେକାନ ଖୋଲାଯିବ ନାହିଁ ବୋଲି କହିଛନ୍ତି । ରାଜ୍ୟକୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ସରକାର ଯେଉଁ ନିଷ୍ପତ୍ତି ନେଇଥିଲେ ତାହାକୁ ଅଟକାଇଛନ୍ତି । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ କଡ଼ା ବିରୋଧ କରିଥିଲେ ବୁଦ୍ଧିଜୀବୀ ଏବଂ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ।
ପୁରୀ ବେଳାଭୂମିରେ ମଦ ବିକ୍ରି ପାଇଁ ସରକାର କିଛି ଦିନ ତଳେ ନିଷ୍ପତ୍ତି ନେଇଥିଲେ । ତେବେ ଏହାକୁ ପୁରୀର ବୁଦ୍ଧିଜୀବୀ ପସନ୍ଦ କରିନଥିଲେ । ଏପରିକି ଜଗତଗୁରୁ ଶଙ୍କରାଚାର୍ଯ୍ୟ କହିଥିଲେ ଆଦୌ ଗ୍ରହଣ ଯୋଗ୍ୟ ନୁହେଁ। ପଞ୍ଚତୀର୍ଥ ମଧ୍ୟରେ ଅନ୍ୟତମ ମହୋଦଧି ଏକ ପବିତ୍ର ସ୍ଥାନ । ସେଠାରେ ମହାପ୍ରଭୁଙ୍କର ଅନେକ ନୀତିକାନ୍ତି ଅନୁଷ୍ଠିତ ହେଉଥିବା ବେଳେ ଗୋବର୍ଦ୍ଧନ ପୀଠ ପକ୍ଷରୁ ପ୍ରତିଦିନ ମହୋଦଧି ଆଳତୀ ଅନୁଷ୍ଠିତ ହେଉଛି । ହଜାର ହଜାର ଭକ୍ତ ପ୍ରତିଦିନ ମହୋଦଧିରେ ସ୍ନାନ କରି ନିଜକୁ ପବିତ୍ର ମନେ କରିଥାନ୍ତି । ଏଣୁ ପବିତ୍ର ମହୋଦଧି କୂଳରେ ପର୍ଯ୍ୟଟକଙ୍କୁ ଆପ୍ୟାୟିତ କରିବା ପାଇଁ ମଦ ଦୋକାନ ଖୋଲାଗଲେ ବ୍ୟାପକ ଅରାଜକତା ଏବଂ ଅଶାନ୍ତି ସୃଷ୍ଟି ହେବ। ଏହାଦ୍ବାରା ଶ୍ରୀକ୍ଷେତ୍ରର ଆଧ୍ୟାତ୍ମିକତା ବାତାବରଣ ନଷ୍ଟ ହେବ । ଏଣୁ ମହୋଦଧି କୂଳରେ ମଦ ଦୋକାନ ଖୋଲିବା ଅତ୍ୟନ୍ତ ନିନ୍ଦନୀୟ । ଏହାକୁ କେବେ ବି ସମର୍ଥନ କରାଯିବ ନାହିଁ ।