ମାର୍ଚ୍ଚ ୨୦୨୫ ସୁଦ୍ଧା ରାଜ୍ୟର ସବୁ ରାଜସ୍ୱ ଗାଁକୁ ବିଜୁଳି ସଂଯୋଗ କରାଯିବ
ମାର୍ଚ୍ଚ ୨୦୨୫ ସୁଦ୍ଧା ରାଜ୍ୟର ସବୁ ରାଜସ୍ୱ ଗାଁକୁ ବିଜୁଳି ସଂଯୋଗ କରାଯିବ। ଆଜି ବିଧାନସଭା ପ୍ରଶ୍ନକାଳରେ ବିଜୁଳି ସଂଯୋଗ ସମ୍ପର୍କରେ ଆଲୋଚନା ହେବା ବେଳେ ଏହି ସୂଚନା ଦେଇଛନ୍ତି ଶକ୍ତିମନ୍ତ୍ରୀ କେ.ଭି ସିଂଦେଓ। ସମସ୍ତ ଗାଁକୁ କେବେ ବିଜୁଳି ସଂଯୋଗ ହେବ ବିଜେଡି ବିଧାୟକ ବଦ୍ରି ପାତ୍ରଙ୍କ ପ୍ରଶ୍ନରେ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ଉତ୍ତର ରଖିଛନ୍ତି। ଜିଲ୍ଲାସ୍ତରୀୟ କମିଟି କାହିଁକି ନିୟମିତ ବସୁନି ବୋଲି ପ୍ରଶ୍ନ କରିଥିଲେ ବଦ୍ରି ପାତ୍ର। ଏହାର ଉତ୍ତର ଦେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ୨୪ବର୍ଷ ହେବ ଆପଣଙ୍କ ସରକାର ଥିଲା। କାହିଁକି କମିଟି ନିୟମିତ ବସିନଥିଲା ଆପଣ ସେତେବେଳେ କହିବା କଥା। ଆମେ ୩ମାସ ହେବ ଆସିଛୁ, ନିୟମିତ କମିଟି ବସିବ ବୋଲି ଆଶ୍ୱାସନା ଦେଇଛନ୍ତି କେଭି।