୧୩ ତାରିଖରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ
ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଓ ଗଭୀର ଅବପାତ କ୍ରମଶଃ ଦୁର୍ବଳ ହୋଇ ଛତିଶଗଡ ମୁହାଁ ହୋଇଛି। ସେଠାରେ ଅଧିକ ଦୁର୍ବଳ ହୋଇ ପୂର୍ବ ମଧ୍ୟପ୍ରଦେଶ ଓ ସଂଲଗ୍ନ ଛତିଶଗଡ ଅଞ୍ଚଳରେ ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି। ଅବପାତ ଓଡିଶା ଅତିକ୍ରମ କରିବା ପୂର୍ବରୁ ପଶ୍ଚିମ ଓଡିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ରାଜ୍ୟରେ ମୌସୁମୀ ନିମ୍ନଚାପ ରେଖା ସକ୍ରିୟ ଥିବାବେଳେ ଆସନ୍ତା ୧୩ ତାରିଖ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୧୫ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିପାରେ। ଗତ ୨୪ ଘଣ୍ଟା ମଧ୍ୟରେ କଳାହାଣ୍ଡିର ଲାଞ୍ଜିଗଡରେ ସର୍ବାଧିକ ୨୩୧.୪ ମିମି ବର୍ଷା ରେକର୍ଡ ହୋଇଛି।