ପୁରୁଣା ଭିଡ଼ଓ ଭାଇରାଲ ହେବା ପରେ କଙ୍ଗନା ରଖିଲେ ନିଜ ମତ

ବଲିଉଡ଼ ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରାଣାଓ୍ବତ ଯେଉଁ ପ୍ରସଙ୍ଗରେ ହେଉନା କାହିଁକି ଖୋଲାଖୋଲି  ନିଜର ମନ୍ତବ୍ୟ ଦେଇଥାଆନ୍ତି । ଏହି କାରଣରୁ ତାଙ୍କୁ ଅନେକ ସମୟରେ ଟ୍ରୋଲର ଶିକାର ବି ହେବାକୁ ପଡ଼ିଛି । ଆସନ୍ତା ସେପ୍ଟେମ୍ବର 6 ତାରିଖରେ କଙ୍ଗନାରାଣାୱତ  ଅଭିନୀତ ଏମାରଜେନ୍ସି ରିଲିଜ ହେବାର ଥିଲା କିନ୍ତୁ ଅନେକ ଚେଷ୍ଟା ପରେ ବି ବିବାଦ ହେତୁ ସିନେମା ରିଲିଜ ପାଇଁ ଅନୁମତି ମିଳିଲା ନାହିଁ । ସେପ୍ଟେମ୍ବର  19ରେ ସିନେମା ରିଲିଜ ହେବ ବୋଲି କୁହାଯାଉଛି । କିନ୍ତୁ ଉକ୍ତ  ତାରିଖରେ ସିନେମା ରିଲିଜ ହେବା କି ନାହିଁ ତାହାର ଶୁଣାଣି  ଏପର୍ଯ୍ୟନ୍ତ ବାକି ଅଛି । ଏହାର ଭିତରେ କଙ୍ଗନା ଏହି ସିନେମାର ପ୍ରମୋସନ ପାଇଁ ବ୍ୟସ୍ତ ଅଛନ୍ତି ।

ନିକଟରେ ସେ ଦେଇଥିବା ଏକ ସାକ୍ଷାତକାରରେ ତାଙ୍କ ପୁରୁଣା ନୃତ୍ୟ ଭିଡ଼ିଓକୁ ନେଇ କଙ୍କନାକୁ  କିଛିଟା ପ୍ରଶ୍ନ ପଚରା ଯାଇଥିଲା   । ଏହି ଭିଡ଼ିଓରେ କଙ୍ଗନା ଏକ କ୍ଲବରେ ନୃତ୍ୟ କରୁଥିବା ଦେଖିବାକୁ ମିଳିଥିଲା ।  ଲୋକେ ଏହି ଭିଡ଼ଓକୁ ଦେଖି ଆପତ୍ତିଜନକ ପ୍ରତିକ୍ରିୟା ଦେଇଥିଲେ । ଏହାକୁ ନେଇ କଙ୍ଗନା ଲୋକଙ୍କ ହୀନ ମସ୍ତିଷ୍କ ଓ ଲୋକେ କିପରି ଅନ୍ୟକୁ ନିଚା ଦେଖାଇ ଥାଆନ୍ତି ସେ ପସଙ୍ଗ ଉପରେ ଆଲୋଚନା କରିଥିଲେ ।

କଙ୍ଗନା କହିଥିଲେ 10ବର୍ଷ ପୂର୍ବେ ଜଣେ ଗ୍ୟାଙ୍ଗଷ୍ଟାର ଭଳି ଏକ କ୍ଲବରେ ମୁଁ ନୃତ୍ୟ କରୁଥିଲି । ଏହି ସମୟରେ ମୁଁ ମୋ ସାଙ୍ଗ ସହିତ ଥିଲି । ଲୋକେ ଆପତ୍ତିଜନକ ଟିପ୍ପଣୀ ନିଜ ରୁଚି ମୁତାବକ ଏକାଠି କରିଥିାଆନ୍ତି । ଯଦି ଜଣକ ଶରୀରର କୌଣସି ଅଙ୍ଗ ଦିଶୁଛି ଲୋକେ କହନ୍ତି ସେ ଅନ୍ୟକୁ ଆକର୍ଷିତ କରିବା ପାଇଁ ଏପରି କରିଛି । ଏଭଳି ମାନସିକତା ଆମ ଦେଶରେ ବି ଅଛି । ମୁଁ ଏହା କହୁ ନାହିଁ କି ବାକି ଦେଶରେ ନାହିଁ । ଏହା ଏକ ସାଧାରଣ ମାନସିକତା ।