ଓଡିଶାକୁ ନାହିଁ ବାତ୍ୟା ଭୟ ?
ମେଟ୍ରୋ ଟିଭି ଓଡିଶା (୧୬ .୩ . ୨୦୨୨) :
ଓଡିଶାକୁ ବାତ୍ୟା ଭୟ ନାହିଁ। ସମ୍ଭାବ୍ୟ ବାତ୍ୟା ସମ୍ପର୍କରେ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଏନେଇ ଆଜି ସୂଚନା ଦେଇଛନ୍ତି। ଓଡିଶା ଉପରେ ବାତ୍ୟାର କୌଣସି ପ୍ରଭାବ ପଡିବ ନାହିଁ। ବାତ୍ୟାର ପ୍ରଭାବ ନପଡିବା ସହ ପବନ କି ବର୍ଷା ହେବାର ସମ୍ଭବାନା ନାହିଁ। ଏହାସହ ୨୩ ସନ୍ଧ୍ୟାରେ ବାତ୍ୟା ବାଂଲାଦେଶ ଉପକୂଳ ଛୁଇଁବ। ଗତକାଲି ସନ୍ଧ୍ୟାରେ ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି।

୧୯ ସୁଦ୍ଧା ଆଣ୍ଡାମାନ ସାଗରରେ ୱେଲମାର୍କ ଲୋ-ପ୍ରେସର ରୂପ ନେବ। କାଳ କ୍ରମେ ଦିଗ ବଦଳାଇ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରିବ। ୨୦ରେ ଅବପାତ ଓ ୨୧ରେ ବାତ୍ୟାର ରୂପ ନେବା ନେଇ ସମ୍ଭାବନା ରହିଛି। ବାତ୍ୟା ଆକାରରେ ଆସନ୍ତା ୨୩ ସନ୍ଧ୍ୟାରେ ବାଂଲାଦେଶ ଉପକୂଳ ଅତିକ୍ରମ କରିବ ବୋଲି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ କହିଛନ୍ତି।