ଅନ୍ଲାଇନ୍ ଗେମ୍ ଫି ୱିନ୍ରେ ୪୦୦ କୋଟି ଠକେଇ
ରାଉରକେଲା: ଅନ୍ଲାଇନ୍ ଗେମ୍ ଫି ୱିନ୍ରେ ୪୦ ୦ କୋଟି ଠକେଇ ଘଟଣାରେ କୋଲକାତା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଜି ୪ ଜଣକୁ ଗିରଫ କରି ୧୪ ଦିନିଆ ଜେଲ୍ ହାଜତକୁ ପଠାଇ ଦେଇଛି। ଗିରଫ ଅଭିଯୁକ୍ତମାନେ ହେଲେ ବଣାଇ ଥାନା ଅଧିନସ୍ଥ ଗୋଗୁଆର ଅରୁଣ ସାହୁ, ଆଲୋକ ସାହୁ, ପାଟ୍ନାର ଚେତନ ପ୍ରକାଶ ଏବଂ ଚେନ୍ନାଇର ଯୋଶେଫ ଷ୍ଟାଲିନ୍।
ସେମାନଙ୍କୁ ଭାରତୀୟ ମୁଦ୍ରା କିପରି ବିଦେଶୀ ମୁଦ୍ରାରେ ପରିଣତ ହୋଇ ତାଙ୍କ ପାଖରେ ପହଞ୍ଚିବ, ସହାୟତା କରୁଥିଲେ। ପ୍ରାଥମିକ ତଦନ୍ତରୁ ଗିରଫ ଅଭିଯୁକ୍ତମାନେ ପାଖାପାଖି ୪୦୦ କୋଟି ଠକି ନେଇଥିବା ଇଡି ଅଧିକାରୀମାନେ ଜାଣିବାକୁ ପାଇଛନ୍ତି। ଠକେଇ କରିଥିବା ୪୦୦ କୋଟି ଚାଇନିଜ୍ ୮ ବିନାନ୍ସ ୱାଲେଟ୍ରେ କ୍ରେଡିଟ୍ ହୋଇଥିବା ଇଡି ଅଧିକାରୀ ତଦନ୍ତରୁ ଜାଣିବାକୁ ପାଇଛନ୍ତି। ଏହି ଠକେଇରେ ଗିରଫ ଚାରି ଯୁବକଙ୍କ ସହ ଅନ୍ୟ କେଉଁମାନଙ୍କର ସମ୍ପୃକ୍ତି ରହିଛି, ଇଡି ଅଧିକାରୀମାନେ ତା’ର ତଦନ୍ତ ଜାରି ରଖିଛନ୍ତି। ସୂଚନାଯୋଗ୍ୟ, ଗତ ଜୁଲାଇ ୨୬ରେ ୪୦ ଜଣିଆ ଇଡି ଟିମ୍ ଗୋଗୁଆ ଗାଁରରେ ଚଢ଼ଉ କରିଥିଲେ। ଠକେଇ ସମ୍ପୃକ୍ତ ପରିବାରକୁ ଲୋକଙ୍କୁ ପୃଥକ ପୃଥକ ଜେରା କରିବା ପରେ କୋଲକାତା ଫେରି ଯାଇଥିଲେ।