ଛାତ୍ରୀଙ୍କୁ ପ୍ରଧାନ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ ; ରାସ୍ତାକୁ ଓହ୍ଲାଇଲେ ଛାତ୍ରୀ
ନ୍ୟାୟ ଦାବିରେ ରାସ୍ତାରେ ବସିଲେ ଶତାଧିକ ଛାତ୍ରୀ, ଏକା ଜିଦ୍ ନ୍ୟାୟ ନମିଳିଲେ ଉଠିବେନି । ସୁନ୍ଦରଗଡ ବାଲିଶଙ୍କରା ଆଶ୍ରମ ସ୍କୁଲର ଘଟଣା । ସୁନ୍ଦରଗଡ଼ ଛଟିଶଗଡ ରାସ୍ତାର ବାଲିଶଙ୍କରା ଚାନ୍ଦନି ଛକ ନିକଟରେ ରାସ୍ତା ରୋକ କରିଛନ୍ତି ଶତାଧିକ ଛାତ୍ରୀ । ଛାତ୍ରୀଙ୍କୁ ପ୍ରଧାନ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗରେ ରାସ୍ତା ରୋକ କରିଛନ୍ତି ଛାତ୍ରୀଛାତ୍ରୀଙ୍କ ଅଭିଯୋଗ, ପ୍ରଧାନଶିକ୍ଷକଙ୍କ ନିର୍ଯାତନା ଏତେ ମାତ୍ରାରେ ହୋଇଛି ଯେ ଛାତ୍ରୀମାନେ ବାଧ୍ୟ ହୋଇ ଆଜି ରାସ୍ତା ରୋକ କରି ପ୍ରତିବାଦ ଜଣାଇଛନ୍ତି। ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ସହିତ ତୁରନ୍ତ ଅନ୍ୟତ୍ର ବଦଳି ଦାବି କରିଛନ୍ତି ଛାତ୍ରମାନେ । ଅନ୍ୟପଟେ ଘଟଣାସ୍ଥଳ ରେ ବାଲିଶଙ୍କରା ବିଡିଓ, ତହସିଲଦାର ଓ ତଳସରା ଥାନା ଅଧିକାରୀ ପହଞ୍ଚି ଛାତ୍ରୀଙ୍କୁ ବୁଝାସୁଝା କରିଛନ୍ତି ।