ଷ୍ଟକ ମାର୍କେଟରେ ରାଜ୍ କରୁଛି ଆପଲ କମ୍ପାନୀ
ମେଟ୍ରୋ ଟିଭି ଓଡିଶା,୫/୧: ମାଇକ୍ରୋସଫ୍ଟକୁ କ୍ରସ କରି ଷ୍ଟକ ମାର୍କେଟରେ ରାଜ କରୁଛି ଆପଲ । ଦେଶର ସବୁଠୁ ଧନୀ କମ୍ପାନୀ ମାଇକୋସଫ୍ଟକୁ କ୍ରସ କରିଛି ଆପଲ କମ୍ପାନୀ । ବିଶ୍ୱର ପ୍ରଥମ କମ୍ପାନୀ ଯାହାକି ନିଜ ଷ୍ଟକ୍ ମାର୍କେଟ ଭାଲ୍ୟୁକୁ ଥ୍ରି ଟ୍ରିଲିୟନ ଡଲାଲ ବା ୧ ଲକ୍ଷ କୋଟିରେ ପହଞ୍ଚାଇଛି । ଏମିତିକୁ ବିଶ୍ୱର ଅନ୍ୟ କୌଣସି କମ୍ପାନୀ ମଧ୍ୟ ଆଜି ପର୍ୟ୍ୟନ୍ତ ଏମିତି ଲାଭ କରିପାରିନାହିଁ । ଏହା ଆପଲର ଏକ ଐତିହାସିକ ରେକର୍ଡ । ଗ୍ରାହକମାନେ ଏହି କମ୍ପାନୀ ଉପରେ ବର୍ତ୍ତମାନ ଅଧିକ ବିଶ୍ୱାସ କରୁଛନ୍ତି । ଆପଲ ତାର ଅନେକ ପ୍ରଡକ୍ଟ ମାର୍କେଟରେ ଲଞ୍ଜ କରୁଛି । ଯାହାକୁ ଗ୍ରାହକମାନେ ବ୍ୟବହାର କରି ଏହାର ପ୍ରଡକ୍ଟ ରିଭ୍ୟୁ ମଧ୍ୟ ଠିକ ଥିବା ମତ ଦେଇଛନ୍ତି ।
ରିପୋର୍ଟ ଅନୁଯାୟା ମାଇକ୍ରୋସଫ୍ଟ ଓ ଆପଲ ଦୁଇଟି କମ୍ପାନୀ ମିଶି ୨ ଟ୍ରିଲିୟନ ମାର୍କେଟ ଭାଲ୍ୟୁ କ୍ଲବ ସେୟାର କରିଥିଲେ କିନ୍ତୁ ବର୍ତ୍ତମାନ ମାଇକ୍ରୋସଫ୍ଟ ର ୨.୫ ଟ୍ରିଲିୟନ ମାର୍କେଟ ଭାଲ୍ୟୁ ବଢାଇଥିବା ବେଳେ ଆପଲ ବର୍ତ୍ତମାନ ଏହାକୁ କ୍ରସ କରି ଏହାର ୩ ଟ୍ରିଲିୟନ ମାର୍କେଟ ଭାଲ୍ୟୁ କରିଛି । ଯାହାକି ହେଉଛି ୧ ଲକ୍ଷ କୋଟି । ତେବେ ଆପଲ କମ୍ପାନୀ ଚାରି ବର୍ଷ ମଧ୍ୟରେ ଏହାର ଟ୍ରିପଲ ମାର୍କେଟ ଭାଲ୍ୟୁ ବଢାଇଛି । ଏହା ସହ ଆପଲ କମ୍ପାନୀ ଅନ୍ୟ କମ୍ପାନୀ ଠାରୁ ଇକୋନୋମିକାଲି ବହୁତ ଆଗରେ ଅଛି । ଏହା ନିଜର ଗ୍ରୋଥ ଅଧିକ କରିଛି । ଯାହାର ପ୍ରାଇସ ମଧ୍ୟ ଆଫର୍ଡେବଲ ରହିବ ଓ ଏହାର ସବୁ ପ୍ରଡକ୍ଟକୁ ଭଲ ଭାବେ ତିଆରି କରିବ ।