ବରଗଡ଼ ଧନୁଯାତ୍ରାର ପୂର୍ବତନ କଂସ ମହାରାଜା ଗୋପାଳ ସାହୁ ଆଉ ନାହାନ୍ତି
ବରଗଡ଼: ବରଗଡ଼ ଧନୁଯାତ୍ରାର ପୂର୍ବତନ କଂସ ମହାରାଜା ଗୋପାଳ ସାହୁ ଆଉ ନାହାନ୍ତି । ପରଲୋକରେ ବିଶ୍ଵପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ପୂର୍ବତନ କଂସ ମହାରାଜା ଗୋପାଳ ସାହୁ । ତାଙ୍କୁ ୭୦ ବର୍ଷ ହୋଇଥିଲା । ଆଜି ତାଙ୍କ ପରଲୋକ ଘଟିଛି। କିଛି ଦିନ ହେବ ସେ ମଧୁମେହ ରୋଗରେ ପୀଡ଼ିତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ। ଏଣେ ବରଗଡ଼ ଜିଲ୍ଲା ବରପାଲି ସ୍ଥିତ ତାଙ୍କ ବାସଭବନରେ ତାଙ୍କ ଶେଷ ଦର୍ଶନ ପାଇଁ ଲୋକଙ୍କ ଭିଡ଼ ଜମିଛି। ୨୫ ବର୍ଷ ଧରି ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିଥିଲେ ସେ।