ରାଜ୍ୟରେ ନୂଆ ସରକାରଙ୍କୁ ନୂଆ ବିରୋଧୀ ଦଳ । ଏଥର ଦୀର୍ଘ ୨୫ ବର୍ଷ ପରେ ବିଧାନସଭାରେ ଦେଖିବାକୁ ମିଳିଛି ନୂଆ ମାହୋଲ । ନୂଆ ସରକାରଙ୍କ ପ୍ରଥମ ବଜେଟ୍ ଅଧିବେଶନ ପୂର୍ବରୁ ଗୃହକୁ ସମ୍ବୋଧନ କରିବା କ୍ରମରେ ଅଭିଭାଷଣ ରଖିଛନ୍ତି ରାଜ୍ୟପାଳ ରଘୁବର ଦାସ ।ନିଜ ଅଭିଭାଷଣରେ ନୂଆ ସରକାରଙ୍କ ପ୍ରତିଶୃତି ଓ ଦାୟୀତ୍ୱବୋଧକୁ ଦୋହରାଇଛନ୍ତି ରାଜ୍ୟପାଳ ରଘୁବର ଦାସ ।ସ୍ୱାସ୍ଥ୍ୟସେବା ହେଉଛି ସରକାରଙ୍କ ଲକ୍ଷ୍ୟର କେନ୍ଦ୍ରବିନ୍ଦୁ । ରାଜ୍ୟରେ ଉନ୍ନତ ଭେଷଜ ଶିକ୍ଷା ଓ ସ୍ୱାସ୍ଥ୍ୟସେବାରା ଉପଲବ୍ଧିତା ବୃଦ୍ଧି କରିବାକୁ ବିଜେପି ସରକାରେ ଜିଲ୍ଲା ନର୍ସିଂ କଲେଜ , ମେଡିକାଲ କଲେଜ, ଓ ସୁପର ସ୍ପେଶାଲିଟି ହସ୍ପିଟାଲ ପ୍ରତିଷ୍ଠା କରାଯିବ । ଦକ୍ଷ ସ୍ୱାସ୍ଥ୍ୟସେବାକୁ ସୁନିଶ୍ଚିତ କରିବାକୁ ସାରା ରାଜ୍ୟରେ ୩୦୦୦ ନୂଆ ଡାକ୍ତରଙ୍କୁ ନିଯୁକ୍ତି ଦିଆଯିବ । ଜିଲ୍ଲା ଡାକ୍ତରଖାନାରେ ସ୍ତ୍ରୀ ରୋଗ ବିଶେଷଜ୍ଞ , ଶିଶୁ ରୋଗ ବିଶେଷଜ୍ଞ, ନର୍ସଙ୍କ ଉପଲବ୍ଧିତାକୁ ସୁନିଶ୍ଚିତ କରାଯିବ । ରାଜ୍ୟର ଦୁର୍ଗମ ଇଲାକାରେ ସ୍ୱାସ୍ଥ୍ୟସେବାକୁ ସୁନିଶ୍ଚିତ କରାଯିବ । ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡିକୁ ଆରୋଗ୍ୟ ମନ୍ଦିରରେ ପରିଣତ କରାଯିବ । ପ୍ରତି ମେଡିକାଲରେ ଶଯ୍ୟା ସଂଖ୍ୟା ବୃଦ୍ଧିି କରାଯିବ । ଏହା ସହ ୨୦୩୦ ସୁଦ୍ଧା ଓଡିଶାକୁ ମ୍ୟାଲେରିଆ ମୁକ୍ତ କରିବାକୁ ଏ ନୂଆ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ରାଜ୍ୟପାଳ ।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Prev Post