ମେଟ୍ରୋ ଟିଭି ଓଡିଶା (୭.୩ .୨୦୨୨) :
ପ୍ରତ୍ୟେକ ମଣିଷ ଭିତରେ ଭଗବାନ ବାସ କରନ୍ତି। ତେଣୁ ମଣିଷ ପରସ୍ପର ପ୍ରତି ଭଲ ପାଇବା ରଖିବା ଉଚିତ। ଜଣେ ଅନ୍ୟ ଜଣଙ୍କୁ ସାହଯ୍ୟ କରିବା ଆବଶ୍ୟକ। ନିକଟରେ ସୋସିଆଲ୍ ମିଡିଆରେ ସେମିତି ଏକ ମନବିକତା ଭରା ଫଟୋ ଦେଖିବାକୁ ମିଳିଛି। ଭାଇରାଲ ହେଉଥିବା ଏହି ଫଟୋ ଟି ବେଶ୍ ହୃଦୟସ୍ପର୍ଶୀ। ଫଟୋରେ ଜଣେ ଭିନ୍ନକ୍ଷମଙ୍କୁ ରାସ୍ତା ପାର ହେବା ପାଇଁ ଜଣେ ଟ୍ରାଫିକ୍ ପୋଲିସ କର୍ମଚାରୀ ସମସ୍ତ ଗାଡିକୁ ଅଟକାଇଦେଉଥିବା ଦେଖାଦେଇଛି। ଫଟୋରେ ଜଣେ ଭିନ୍ନକ୍ଷମ ବ୍ୟକ୍ତି ରାସ୍ତା ପାର ହେବାକୁ ଚେଷ୍ଟା କରୁଛନ୍ତି । ଜଣେ ଟ୍ରାଫିକ୍ ପୋଲିସ୍ ଅଫିସର ଏଥିପାଇଁ ଆନ୍ୟମାନଙ୍କ ଗାଡିକୁ ଅଟକାଉଛନ୍ତି।

ଏହାଦ୍ୱରା ଭିନ୍ନକ୍ଷମ ଆରାମରେ ରାସ୍ତା ପାର ହୋଇ ପାରିବେ। ଏହିପରି ମାନବିକତା କ୍ୱଚିତ୍ ଦେଖାଯାଏ । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଚିତ୍ରକୁ ସମସ୍ତେ ପସନ୍ଦ କରନ୍ତି । ଏହି ଫଟୋକୁ ଆଇଏଏସ୍ ଅଫିସର ଅବନୀଶ ଶରଣ ତାଙ୍କ ଟ୍ୱିଟରରେ ସେୟାର କରିଛନ୍ତି। କ୍ୟାପସନରେ ଲେଖିଛନ୍ତି, ‘ଏହାଠାରୁ ଅଧିକ ସୁନ୍ଦର ଚିତ୍ର କଣ ହୋଇପାରେ। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଫଟୋକୁ ୫ ହଜାରରୁ ଅଧିକ ଲୋକ ଲାଇକ୍ କରିଛନ୍ତି, ୩୫୦ ରୁ ଅଧିକ ଲୋକ ମଧ୍ୟ ଏହି ପୋଷ୍ଟକୁ ରିଟ୍ୱିଟ କରିଛନ୍ତି।