ଆଜିକାଲି ସମୟ ବଦଳିବା ସହ ବଦଳୁଛି ଯୁବପୀଢ଼ିଙ୍କ ଜୀବନଶୈଳୀ। ତଦନୁଯାୟୀ ପାରମ୍ପରିକ ଖାଦ୍ୟପଦାର୍ଥର ସ୍ଥାନ ନେଉଛି ବିଦେଶୀ ବ୍ୟଞ୍ଜନ। ଏସବୁ ସତ୍ତ୍ୱେ ଚାଲିଆସୁଥିବା କିଛି ପ୍ରଥା ଫିଟ୍ ରହିବାର ନୂଆ ତରିକା ଶିଖାଉଛି। ଠିକ୍ ସେଭଳି ଏକ ଖାଦ୍ୟ ହେଲା ‘ଚୁଡ଼ା ଦହି’। ଆଗକୁ ମକର ସଂକ୍ରାନ୍ତି ଆସୁଥିବା ବେଳେ ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ ଭଳି ରାଜ୍ୟରେ ଏହାକୁ ସେବନ କରାଯିବାର ପରମ୍ପରା ରହିଛି। ତେବେ ଓଡ଼ିଶାରେ ମଧ୍ୟ ଏହା ଘରେ ଘରେ ପ୍ରତିଟି ପୂଜାରେ ସେବନ କରାଯାଇଥାଏ। ସ୍ବାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଦହିଚୁଡ଼ା ସେବନ କରିବାକୁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି। ଆସନ୍ତୁ ଜାଣିବା ଏହାର ଲାଭ ବିଷୟରେ…ପାଚନତନ୍ତ୍ର ଲାଗି ଦହିଚୁଡ଼ା ବେଶ ଲାଭକାରୀ। ସକାଳ ଜଳଖିଆରେ ଏହାକୁ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ଏବଂ ଗ୍ୟାସର ସମସ୍ୟା ଦୂର ହୋଇଥାଏ।ଦହିଚୁଡ଼ା ଖାଇବା ଦ୍ୱାରା ଦୀର୍ଘ ସମୟ ଯାଏ ପେଟ ଭର୍ତ୍ତି ହେବା ଭଳି ମନେ ହୋଇଥାଏ। ଏହାଦ୍ୱାରା ଭୋକ କମ୍ ଲାଗିଥାଏ, ଯାହାକି ଓଜନ କମ୍ କରିବାରେ ସହାୟକ ହୋଇଥାଏ।ଦହିଚୁଡ଼ା ଶରୀରରେ କୋଲେଷ୍ଟରଲର ମାତ୍ରା କମ୍ ହୋଇଥାଏ। ଫଳରେ ହୃଦଘାତର ଭୟ ବହୁତ କମିଯାଏ।ଦହିଚୁଡ଼ା ସହ ଗୁଡ଼ ମିଶାଇ ଖାଇଲେ ଆନିମିଆ(ନିଦ୍ରାହୀନତା) ଭଳି ରୋଗରୁ ରକ୍ଷା ପାଇହୁଏ।
Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
Prev Post
Next Post