ଆସନ୍ତା ଜୁଲାଇ ୨ରୁ ୬ ତାରିଖ ପର୍ଯ୍ୟନ୍ତ ଅଗ୍ନିବୀର ଯୋଜନାରେ ପ୍ରାର୍ଥୀ ଚୟନ କରାଯିବ । ଏଥିରେ ରାଜ୍ୟର ୧୦ରୁ ୧୨ଟି ଜିଲ୍ଲାର ଆବେଦନ କରିଥିବା ପ୍ରାର୍ଥୀମାନେ ଅଂଶ ଗ୍ରହଣ କରିବେ ବୋଲି ଜଣାପଡ଼ିଛି । ଏ ନେଇ ଏକ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦୈନିକ ୪୦୦ରୁ ଊଦ୍ଧ୍ୱର୍ ପ୍ରାର୍ଥୀ ଅଂଶ ଗ୍ରହଣ କରିବେ । ବୈଠକରେ ଆର୍ମି ଏଡି କଲେଜର କର୍ଣ୍ଣେଲ୍ ଆନନ୍ଦ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ ।ବିଗତ ଥର ସମ୍ବଲପୁର ଠାରେ ହୋଇଥିବା ଚୟନ ସକାଶେ କେବଳ ଗଞ୍ଜାମ ଜିଲ୍ଲାର ୭୬ ପ୍ରତିଶତ ଯୁବପ୍ରାର୍ଥୀ ଅଂଶ ଗ୍ରହଣ କରିଥିଲେ । ସେମାନଙ୍କ .ଯାତାୟତ ଖର୍ଚ୍ଚ, ରହଣୀ ଦିଗରେ ଅଂଶ ଗ୍ରଙମ ଯୁବକ ମାନଙ୍କୁ ଅନେକ ଖର୍ଚ୍ଚାନ୍ତ ହେବାକୁ ପଡିଥିଲା । ସେହି ଦୃଷ୍ଟିରୁ ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ଏୟାର ଷ୍ଟ୍ରିପ୍ ଠାରେ ଏହି ଚୟନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବା କର୍ଣ୍ଣେଲ ଆନନ୍ଦ ପ୍ରକାଶ କରିଥିଲେ । ଯଦ୍ବାରା ଯୁବପ୍ରାର୍ଥୀ ମାନଙ୍କ ଯାତାୟତ ଖର୍ଚ୍ଚ ଏବଂ ସମୟ ବଞ୍ଚିବ । ଚୟନ ପ୍ରତିଯୋଗିତାରେ ସମ୍ପୂର୍ଣ୍ଣ ସ୍ବଚ୍ଛତା ବଜାୟ ରଖି କରାଯିବ । ଯେଉଁମାନେ ଚୟନ ସକାଶେ ଉପଯୁକ୍ତ, ସେମାନେ ନିଶ୍ଚିତ ରୂପେ ଅଗ୍ନିବୀର ଯୋଜନାରେ ଭର୍ତ୍ତି ହୋଇପାରିବେ । ଏଥି ସକାଶେ କସ୍ମିନ୍ କାଳେ ଉତ୍କୋଚ ଗ୍ରହଣ କରାଯାଉନାହିଁ ବୋଲି ଦୃଢତାର ସହ ମହବ୍ୟକ୍ତ ହୋଇଥିଲା । ଯଦି କୌଣସି ବ୍ଯକ୍ତି କିମ୍ବା ଖଳ ପ୍ରକୃତିର ବ୍ୟକ୍ତି ବିଶେଷ ଆର୍ମିରେ ଭର୍ତ୍ତି କରିବା ନିମନ୍ତେ ପ୍ରଲୋଭନ ଦେଖାଇ ଉତ୍କୋଚ ମାଗନ୍ତି ତେବେ ପ୍ରଶାସନ କିମ୍ବା ଆର୍ମି ଅଧିକାରୀଙ୍କ ନଜରକୁ ଆଣିବାକୁ କୁହାଯାଇଛି ।ଜୁଲାଇ ୨ ତାରିଖ ଠାରୁ ଆରମ୍ଭ ହେଉଥିବା ଏହି ଚୟନ ସକାଶେ ଦୈନିକ ୪୦୦ରୁ ଉର୍ଦ୍ଧ୍ବ ଯୁବପ୍ରାର୍ଥୀ ଅଂଶ ଗ୍ରହଣ କରିବାର ପୂର୍ବାନୁମାନ କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ହାତକୁ ନିଆଯାଇଛି ।
Trending
- ବଣ୍ଡା ଘାଟିରେ ମ୍ୟାଲେରିଆ ଆତଙ୍କ,ରକ୍ତ ପରୀକ୍ଷା, ଔଷଧ ବଣ୍ଟନ, ମଶାରି ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବା ଉପରେ ରାଜ୍ୟ ଟିମ୍ ର ଗୁରୁତ୍ୱାରୋପ
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
Next Post