କଳିଙ୍ଗର ବରପୁତ୍ର ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀରେ ସ୍ୱତନ୍ତ୍ର ଉପସ୍ଥାପନା
ମେଟ୍ରୋ ଟିଭି ଓଡିଶା (୫.୩ .୨୦୨୨) :
ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୬ତମ ଜନ୍ମ ଜୟନ୍ତୀ | ୧୯୧୬ ମାର୍ଚ୍ଚ ୫ରେ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ଓ ଆଶାଲତା ଦେବୀଙ୍କର କଟକସ୍ଥିତ ତୁଳସୀପୁରର ଆନନ୍ଦ ଭବନରେ ପୁତ୍ର ବିଜୟାନନ୍ଦ ପଟ୍ଟନାୟକ ଜନ୍ମ ହୋଇଥିଲା। ପିତା ଲକ୍ଷ୍ମୀ ନାରାୟଣ ପଟ୍ଟନାୟକଙ୍କର ଥିଲେ ନଅ ଭାଇ , ନଅ ଭଉଣୀ । ସେ ଗଂଜାମ ଜିଲ୍ଲାର ଅଧିବାସୀ ହୋଇଥିଲେ ହେଁ କଟକରେ ଉପଜିଲ୍ଲା ନ୍ୟାୟଧୀସ ଥିବାରୁ ସେ କଟକରେ ରହୁଥିଲେ। ତାଙ୍କ ଜ୍ୟଷ୍ଠ ପୁତ୍ର ଶ୍ରୀ ଶ୍ରଦ୍ଧାନନ୍ଦ ପରବର୍ତ୍ତୀ ସମୟରେ ଜର୍ଜ ପଟ୍ଟନାୟକ ନାମରେ ଜଣେ ସଫଳ ଦନ୍ତ ଚିକିତ୍ସକ ଭାବରେ କଟକରେ ପ୍ରତିଷ୍ଠିତ। ତାଙ୍କ ଅଲିଅଳି ଝିଅ – ମୁକୁତି ପଟ୍ଟନାୟକ ବିବାହପରେ ଶ୍ରୀମତୀ ମୁକୁତି ମହାପାତ୍ର ଭାବରେ ଓଡ଼ିଶାରେ ବେଶ ପରିଚିତ ।

ତୃତୀୟ ସଂତାନ ଶ୍ରୀ ବିଜୟାନନ୍ଦ ପଟ୍ଟନାୟକ ଯିଏକି ପରେ ପରବର୍ତ୍ତୀ ଶ୍ରୀ ବିଜୁ ପଟ୍ଟନାୟକ ନାମରେ ସମଗ୍ର ବିଶ୍ୱରେ ପରିଚିତ। ତାଙ୍କର ଚତୁର୍ଥ ସଂତାନ ହେଉଛନ୍ତି ଶ୍ରୀ ଦୟାନନ୍ଦ ପଟ୍ଟନାୟକ । ସାଧାରଣତଃ ସେ ସିଜୁ ପଟ୍ଟନାୟକ ନାମରେ ପରିଚିତ । ବିମାନ ବାହିନରେ ଯୋଗଦେଇ କର୍କଟ ରୋଗରେ ପୀଡିତ ଯୋଗୁଁ ଅକାଳରେ ମୃତ୍ୟୁ ବରଣ କରିଥିଲେ । ୧୯୨୩ ମସିହାର କଥା ମୁନ୍ସିଫ୍ ଲକ୍ଷ୍ମୀ ନାରାୟଣ ପରିବାରରେ ଶୋକର ଛାୟା । ମାତ୍ର ୮ ବର୍ଷର ଶିଶୁପୁତ୍ର ବିଜୟା ନନ୍ଦ ଅସୁସ୍ଥ ଅତିଦାରୁଣ ରୋଗରେ ପୀଡିତ । କର୍ତ୍ତବ୍ୟ ନିଷ୍ଠ ଜଣେ ଗୋରା ସର୍ଜନ ଡ଼.ପିବ୍ଲେସ୍ ଅପରେସନ କରି ତାଙ୍କୁ ଭଲ କରିଥିଲେ ।