ହିନ୍ଦି କହି ଟ୍ରୋଲ ହେଲେ ରଶ୍ମିକା ମନ୍ଦାନା

ହିନ୍ଦି କହି ଟ୍ରୋଲ ହେଲେ ରଶ୍ମିକା ମନ୍ଦାନା

ମେଟ୍ରୋ ଟିଭି ବ୍ୟୁରୋ,୩/୧: ଦକ୍ଷିଣ ଭାରତୀୟ ଜଗତର ବହୁ ଚର୍ଚ୍ଚିତ ନାୟିକା ରଶ୍ମିକା ମନ୍ଦାନା ଫିଲ୍ମ ଜଗତରେ ଏକ ଚଚ୍ଚିତ ଚେହରା । ତାଙ୍କ ଅଭିନୀତ ବହୁ ଫିଲ୍ମ ହିନ୍ଦି ଭାଷାରେ ଡବିଂ ହୋଇ ହିଟ୍ ମଧ୍ୟ ହୋଇଛି ।ତାଙ୍କୁ ନ୍ୟାଶନାଲ କ୍ରଶ୍ ମଧ୍ୟ କହନ୍ତି । ତାଙ୍କ ଆକ୍ଟିଙ୍ଗ ଓ ଡ୍ୟାନ୍ସ ପାଇ ସେ ସବୁ ବେଳେ ଚର୍ଚ୍ଚାରେ ରୁହନ୍ତି । ନିକଟରେ ରିଲିଜ ହୋଇଛି ତାଙ୍କ ଅଭିନୀତ ପୁଷ୍ପା ଦ ରାଇଜ ବକ୍ସ ଅଫିସରେ ଭଲ ପ୍ରର୍ଦଶନ କରିଛି । ଏହି ଫିଲ୍ମର ପ୍ରମୋସନରେ ରଶ୍ମିକାଙ୍କୁ ବିଭିନ୍ନ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା । ସେଥିରୁ ଏକ କାର୍ଯ୍ୟକ୍ରମର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଠି ରଶ୍ମିକା ହିନ୍ଦୀ କହିବାକୁ ଚେଷ୍ଟା କରୁଛନ୍ତି । ଯାହା ପାଇ ସୋ ଟ୍ରୋଲ୍ ହୋଇଛନ୍ତି ।
ସୂଚନା ଅନୁଯାୟୀ ଏହି ଟ୍ରୋଲ୍ ପରେ ରଶ୍ମିକା ମିଡିଆ ପୋଷ୍ଟ ମାଧ୍ୟ୍ୟମରେ ନି ମନର କଥାକୁ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଟ୍ରୋଲ୍ ହେବାକୁ ମୋର ଡରନାହିଁ । ଯେବେଠାରୁ ମୁଁ ସର୍ବସାଧାରଣ ଜୀବନରେ ପାଦ ଦେଇଛି ଟ୍ରୋଲର ମାନଙ୍କୁ ଡରିବା ଛାଡି ଦେଇଛି । ନିନ୍ଦାକୁ ସହ୍ୟ କରିବା ସବୁଠୁ ବଡ କଳା । ଏହି କଳା କୁ ଶିଖିଗଲେ ଆଉ କୌଣସି କଥା ଆଉ ଆପଣକୁ ଅସ୍ଥିର କରି ପାରିବ ନାହିଁ ।ରଶ୍ମିକାଙ୍କୁ ଆଗକୁ ମିସନ୍ ମଜ୍‌ନୁ ଫିଲ୍ମରେ ସିଦ୍ଧାନ୍ତ ମଲହୋତ୍ରାଙ୍କ ବିପକ୍ଷରେ ଦେଖିବାକୁ ମିଳିବ । ଏହା ସହ ଅମିତାଭ ବଚନଙ୍କ ସହ ବିକାଶ ବହଲଙ୍କ ଫିଲ୍ମ ଡେଡଲିରେ ବି ରଶ୍ମିକାଙ୍କୁ ଦେଖିବାକୁ ମିଳିବ ।