ଫ୍ରାନ୍ସର ଭିନ୍ନ ପରମ୍ପରା,କାର୍ ଜାଳି ନୂଆବର୍ଷକୁ ସ୍ୱାଗତ କଲେ

ଫ୍ରାନ୍ସର ଭିନ୍ନ ପରମ୍ପରା,କାର୍ ଜାଳି ନୂଆବର୍ଷକୁ ସ୍ୱାଗତ କଲେ

ମେଟ୍ରୋ ଟିଭି ବ୍ୟୁରୋ,୩/୧: ନୂଆବର୍ଷ କୁ ଲୋକମାନେ ବହୁ ଆନନ୍ଦ ଉଲ୍ଲାସର ସହ ପାଳନ୍ତି । ବାଣ ଫୁଟାଇ ଭୋଜିଭାତ କରି ଏହି ନୂଆବର୍ଷକୁ ସାଧାରଣ ଲୋକ ମାନେ ସ୍ୱାଗତ କରନ୍ତି । କିନ୍ତୁ ଫ୍ରାନ୍ସରେ ନୂଆବର୍ଷ ଏକ ଭିନ୍ନ ରୂପରେ ପାଳନ କରାଯାଇଛି । ଚଳିତବର୍ଷ ଫ୍ରାନ୍ସରେ ନୂଆବର୍ଷ ପାଳନ ପୂର୍ବକ ୮୭୪ଟି କାରକୁ ଜାଳିଦିଆଯାଇଥିଲା । ଏହି ଗାଡି ସବୁ ଖରାପ,ଦୁର୍ଘଟଣା ଗ୍ରସ୍ତ, ଓ ବୀମା ସମ୍ବନ୍ଧୀୟ କିଛି ସମସ୍ୟା ସାମିଲ ରହିଛି ।

ସୂଚନା ଅନୁଯାୟୀ ନୂଆବର୍ଷ ଏପରି ରୂପେ ପାଳନ କରିବା ଫ୍ରାନ୍ସରେ କିଛି ନୂଆ କଥା ନୁହେଁ ।କିଛି ବର୍ଷ ହେବ ଫ୍ରାନ୍ସରେ ଏହିଭଳି ପରମ୍ପରା କରାଯାଉଛି ।୨୦୧୯ ତୁଳନାରେ ଏହି ସଂଖ୍ୟା କମିଥିବା ଦେଶର ଆଭ୍ୟନ୍ତରୀଣ ମନ୍ତ୍ରୀ ଗେରାଲ୍ଡ ଡାରମୋନିନ୍ ପ୍ରକାଶ କରି କହିଛନ୍ତି । ସୂଚନା ମୁତାବକ ୨୦୧୯ରେ ପ୍ରାୟ ୧,୩୧୬ଗାଡି ଜଳା ଯାଇଥିଲା ।
କୋଭିଡ କାରଣରୁ କଟକଣା ଜାରି ଥିବାରୁ ଏହି ବର୍ଷ କମ୍ ସଂଖ୍ୟାର ଗାଡି ଜଳା ଯାଇଛି ଓ ବିଭିନ୍ନ ଅଞ୍ଚଳରେ ପୋଲିସ ମୁତୟନ ରହିଛ ।୨୦୨୦ରେ ଲକଡାଉନ ଥିବାରୁ କେତେ କାର ଜଳା ଯାଇଛି ତାର ଠିକ ତଥ୍ୟ ମିଳିପାରି ନାହିଁ । ୨୦୧୯ରେ ପୋଲିସ ୩୭୬ଜଣଙ୍କୁ ଜେରା କରିଥିଲା ଓ ଏବର୍ଷ ୪୪୧ଜଣଙ୍କୁ ଜେରା ପାଇ ଡକାଯାଇଛି ।