ମହାଶିବରାତ୍ରୀରେ କରନ୍ତୁ ଏହି ଉପାୟ , ପୂରଣ ହେବ ମନସ୍କାମନା

wear-clothes-of-this-color-this-mahashivratri

ମେଟ୍ରୋ ଟିଭି ଓଡିଶା (୨୮ .୨.୨୦୨୨) : ମାର୍ଚ୍ଚ ୧ ପବିତ୍ର ମହାଶିବରାତ୍ରୀ। ଭଗବାନ ଶଙ୍କରଙ୍କୁ ପ୍ରସନ୍ନ କରିବା ପାଇଁ ଏହିଦିନ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥାଏ। ଏହି ପବିତ୍ର ଦିନରେ ଭକ୍ତମାନେ କେଉଁ ପୋଷାକ ପରିଧାନ କରିବେ, ତାହା ସେମାନଙ୍କ ପାଇଁ ଚିନ୍ତାର ବିଷୟ ହୋଇଥାଏ। ସାଧାରଣତଃ ଭକ୍ତମାନେ ଏମିତି ରଙ୍ଗର ପୋଷାକ ପିନ୍ଧିବାକୁ ଚାହାଁନ୍ତି, ଯଦ୍ଦ୍ଵାରା ଭଗବାନ ଶିବ ବି ପ୍ରସନ୍ନ ହୋଇ ପାରୁଥିବେ ଏବଂ ସେମାନେ ମଧ୍ୟ ଭିଡ଼ ଭିତରେ ଖୁବ୍‌ ଆକର୍ଷଣୀୟ ଦେଖା ଯାଉଥିବେ। ଶିବରାତ୍ରି ଦିନ ଲୋକେ ମନ୍ଦିର ଯାଇ ଶିବଲିଙ୍ଗ ଉପରେ ଜଳ ଅର୍ପଣ କରନ୍ତି। ବିଶ୍ୱାସ ରହିଛି କି, ଶିବଙ୍କ ପୂଜା ସମୟରେ ସ୍ୱତନ୍ତ୍ର ରଙ୍ଗର ପୋଷାକ ପିନ୍ଧିବା ଦ୍ୱାରା ସମସ୍ତ ମନୋକାମନା ପୂରଣ ହୋଇଥାଏ। ଆସନ୍ତୁ ଜାଣିବା କି, ଏହି ଶିବରାତ୍ରିରେ କେଉଁ ରଙ୍ଗର ପୋଷାକ ଆପଣଙ୍କ ପୂଜାକୁ ସଫଳ କରି ପାରିବ।


ଭଗବାନ ଶିବଙ୍କୁ ଆରାଧନା କରିବା ସମୟରେ ସବୁଜ ରଙ୍ଗର ପୋଷାକ ପିନ୍ଧିବା ଶୁଭ ହୋଇଥାଏ। ସବୁଜ ରଙ୍ଗ ବ୍ୟତୀତ ଆପଣ ଧଳା ରଙ୍ଗର ପୋଷାକ ମଧ୍ୟ ପିନ୍ଧି ପାରିବେ। ମାନ୍ୟତା ରହିଛି ଯେ ଭୋଳାବାବାଙ୍କର ଧଳା ଏବଂ ସବୁଜ ରଙ୍ଗ ଅତି ପ୍ରିୟ। ଏହି କାରଣରୁ ଶିବରାତ୍ରି ଦିନ ଶିବଙ୍କୁ ଅର୍ପଣ କରାଯାଇଥିବା ଫୁଲ, ବେଲ ପତ୍ର, ଦୁଦୂରା ଆଦି ଧଳା ଏବଂ ସବୁଜ ରଙ୍ଗର ହୋଇଥାଏ। ତେଣୁ ଯଦି ଆପଣ ଶିବରାତ୍ରି ଦିନ ଧଳା କିମ୍ବା ସବୁଜ ରଙ୍ଗର ପୋଷାକ ପିନ୍ଧିବେ, ତା’ ହେଲେ ଏଥିରୁ ଆପଣଙ୍କୁ ଅଧିକ ଲାଭ ମିଳିବ। ଯଦି ଆପଣଙ୍କ ପାଖରେ ସବୁଜ କି ଧଳା ରଙ୍ଗର ପୋଷାକ ନାହିଁ କିମ୍ବା କୌଣସି କାରଣବଶତଃ ଯଦି ଆପଣ ଏହି ରଙ୍ଗର ପୋଷାକ ପିନ୍ଧିପାରୁ ନାହାନ୍ତି, ତେବେ ନାଲି, କମଳା, ହଳଦିଆ, ନାରଙ୍ଗୀ ଏବଂ ଗୋଲାପି ରଙ୍ଗର ପୋଷାକ ପିନ୍ଧି ପାରିବେ। ଏହାଦ୍ୱାରା ଆପଣ ଭୋଳାବାବାଙ୍କୁ ପ୍ରସନ୍ନ କରି ପାରିବେ। କହି ରଖୁଛୁ, ଭଗବାନ ଶିବ କଳା ରଙ୍ଗକୁ ଆଦୌ ପସନ୍ଦ କରନ୍ତି ନାହିଁ। ବିଶ୍ୱାସ କରାଯାଏ, କଳା ରଙ୍ଗ ଅନ୍ଧକାରର ପ୍ରତୀକ। ଏଥିପାଇଁ ଭୁଲ୍‌ରେ ବି ମହାଶିବରାତ୍ରିରେ କଳା ରଙ୍ଗର ପୋଷାକ ପିନ୍ଧନ୍ତୁ ନାହିଁ।