ମେଟ୍ରୋ ଟିଭି ଓଡିଶା (୨୮ .୨.୨୦୨୨) :
ଆସନ୍ତା ୨ ତାରିଖରୁ ଆରମ୍ଭ ହେବ ପୌର ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା । ୯ ତାରିଖରେ ହେବ ଯାଞ୍ଚ । ଏହାପରେ ୨୪ ତାରିଖରେ ନିର୍ବାଚନ ହେବ ଏବଂ ୨୬ ତାରିଖରେ ପ୍ରକାଶ ପାଇବ ଫଳାଫଳ । ବିଏମସି କାର୍ଯ୍ୟାଳୟ, ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସମେତ ୱାର୍ଡ ୱାରି ଜାରି ହୋଇଛି ବିଜ୍ଞପ୍ତି। ମେୟର, ଡେପୁଟି ମେୟର ଓ କର୍ପୋରେଟର ନିର୍ବାଚନ ପାଇଁ ବିଜ୍ଞପ୍ତିରେ ତାରିଖ ପ୍ରକାଶ ହୋଇଛି। ଶାନ୍ତିପୂର୍ଣ୍ଣ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ବିଏମ୍ସି ଅତିରିକ୍ତ କମିଶନର କହିଛନ୍ତି ।

ବିଜ୍ଞପ୍ତି ଅନୁସାରେ, ମାର୍ଚ୍ଚ ୨ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ଦିନ ୧୧ଟା ଠାରୁ ୩ଟା ମଧ୍ୟରେ ନାମାଙ୍କନ ପତ୍ର ଦାଖଲ କରିବାକୁ ସମୟ ଧାର୍ଯ୍ୟ କରାଯାଇଛି । ୯ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ । ଏହାପରେ ୧୦ ତାରିଖରେ ପ୍ରକାଶ ପାଇବ ଯୋଗ୍ୟ ପ୍ରାର୍ଥୀଙ୍କ ନାମ ।ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ସମୟ ୧୪ ତାରିଖ ୩ଟା ପର୍ଯ୍ୟନ୍ତ ରଖାଯାଇଛି । ୧୪ ତାରିଖରେ ପ୍ରକାଶ ପାଇଁ ଚୂଡାନ୍ତ ପ୍ରାର୍ଥୀ ତାଲିକା । ମାର୍ଚ୍ଚ ୨୪ ତାରିଖ ସକାଳ ୮ଟା ଠାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ ମତଦାନ । ଭୋଟ ଗଣତି ୨୬ ତାରିଖ ସକାଳ ୮ଟାରୁ ଆରମ୍ଭ ହେବ।