ତୃତୀୟ ଦିନରେ ୧୦ରେ ବିଜେଡି, ୨ରେ ବିଜେପି ଆଗୁଆ

panchayat election bjd

ମେଟ୍ରୋ ଟିଭି ଓଡିଶା (୨୮ .୨.୨୦୨୨)

: ପ୍ରଥମ ଦୁଇ ଦିନର ଗଣତିରେ ୧୫ଟି ଆସନ ହାସଲ କରି ବିଜେଡି ନିରଙ୍କୁଶ ସଂଖ୍ୟାଗରିଷ୍ଠତା ହାସଲ କରିଛି। ତୃତୀୟ ଦିନରେ ଚାଲିଥିବା ଗଣତିରେ ମଧ୍ୟ ବିଜେଡିର ଜୟଯାତ୍ରା ଜାରି ରହିଛି। ଆଜି ଗଣତି ଚାଲିଥିବା ୧୨ଟି ଜୋନ ଭିତରୁ ବିଜେଡି ୧୦ଟିରେ ଆଗୁଆ ରହିଥିଲା ବେଳେ ବିଜେପି ୨ଟି ଆସନରେ ଆଗୁଆ ରହିଛି। କଂଗ୍ରେସର ପ୍ରଦର୍ଶନ ଅତି ଶୋଚନୀୟ ହୋଇପଡ଼ିଛି।


ଅନୁଗୁଳ ବ୍ଳକ ‌‌ଜୋନ ୩ ରେ ବିଜେଡି ପ୍ରାର୍ଥୀ ୨୭୮ ଖଣ୍ଡ ଭୋଟରେ ବିଜେପିଠାରୁ ଆଗରେ ଚାଲିଛନ୍ତି। ଅନୁଗୁଳ ବ୍ଳକ ‌‌ଜୋନ ୪ରେ ବିଜେଡି ପ୍ରାର୍ଥୀ ୪୦୦ ଖଣ୍ଡ ଭୋଟରେ ବିଜେପି ପାଖରୁ ଆଗରେ ଥିବା‌ ସୂଚନା ମିଳିଛି। ବଅଁରପାଳ ବ୍ଳକ ୨୭ ନମ୍ବର ଜିଲ୍ଲା ପରି‌ଷଦ ଜୋନରେ ବିଜେଡି ପ୍ରାର୍ଥୀ ୧୪୯୪ ଟି ଭୋଟ ବ୍ୟବଧାନରେ ଆଗୁଆ ଅଛନ୍ତି। ବଅଁରପାଳ ବ୍ଳକ ୨୮ ନମ୍ବର ଜିଲ୍ଲା ପରି‌ଷଦ ଜୋନରେ ବିଜେପିଠାରୁ ବିଜେଡି ପ୍ରାର୍ଥୀ ୨୯୦ଟି ଭୋଟ ପାଇ ଅଗ୍ରଣୀ ଲାଭ କରିଛନ୍ତି।
ଛେଣ୍ଡିପଦା ବ୍ଳକ ୧୬ ନମ୍ବର ଜିଲ୍ଲା ପରିଷଦ ଜୋନରେ ବିଜେପି ଆଗରେ ଅଛି। ଏଠାରେ ବିଜେଡି ପ୍ରାର୍ଥୀଠାରୁ ବିଜେପି ପ୍ରାର୍ଥୀ ୨୯ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି। ଛେଣ୍ଡିପଦା ବ୍ଳକ ୧୭ ନମ୍ବର ‌ଜୋନରେ ବିଜେଡି କିନ୍ତୁ ଆଗରେ ରହିଛି। ଏଠାରେ ବିଜେପିକୁ ୫୭୦ ଖଣ୍ଡ ଭୋଟରେ ପଛରେ ପକାଇ ଦେଇଛି ବିଜେଡି।


ତାଳଚେର ବ୍ଳକର ୨୦ ନମ୍ବର ଜୋନରେ କଡା ଫାଇଟ୍‌ ହେଉଥିଲେ ମଧ୍ୟ ବିଜେପି ଆଗରେ ଚାଲିଛି। ଏହି ଜୋନରେ ବିଜେଡିଠାରୁ ବିଜେପି ୧୮୨ ଖଣ୍ଡ ଭୋଟରେ ଆଗୁଆ ରହିଛି। ତାଳଚେର ୨୧ନମ୍ବର ଜିଲ୍ଲା ପରିଷଦ ଜୋନରେ ବିଜେଡି ପ୍ରାର୍ଥୀ ୨୫୯ ଖଣ୍ଡ ଭୋଟରେ ଆଗରେ ଚାଲିଛନ୍ତି। କଣିହାଁ ୩ ନମ୍ବର ଜିଲ୍ଲା ପରିଷଦ ଜୋନରେ ବିଜେଡି ୪୦୭ ଖଣ୍ଡ ଭୋଟରେ ଆଗରେ ରହିଛି। ପାଳଲହଡ଼ାରେ ମଧ୍ୟ ବିଜେଡି ଆଗରେ ଥିବା ଜଣାପଡ଼ିଛି। ପାଳଲହଡ଼ା ୨୪ ନମ୍ବର ଜିଲ୍ଲା ପରିଷଦ ଜୋନରେ ବିଜେଡି ପ୍ରାର୍ଥୀ ୬୨୬ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି। ଆଠମଲ୍ଲିକ ବ୍ଳକ ୭ ନମ୍ବର ଜୋନରେ ବିଜେଡି ୧୩୦୫ ଖଣ୍ଡ ଭୋଟରେ ଆଗୁଆ ରହିଛି। କିଶୋରନଗର ବ୍ଲକ ୧୩ ନମ୍ବର ଜିଲ୍ଲା ପରିଷଦ ଜୋନରେ ବିଜେଡି ୧୭୦୬ ଖଣ୍ଡ ଭୋଟରେ ଆଗୁଆ ଥିବା ଜଣାପଡ଼ିଛି।