୨୮ରୁ କୋଭିଡ କେୟାର ସେଣ୍ଟର ବନ୍ଦ….

all-covid-care-centers-will-be-closed-from-the-28th-february

ମେଟ୍ରୋଟିଭିଓଡିଶା(୨୫.୨.୨୦୨୨):

ଫେବୃଆରୀ ୨୮ରୁ ବନ୍ଦ ରହିବ କୋଭିଡ କେୟାର ସେଣ୍ଟର | ରାଜ୍ୟରେ କରୋନା ସ୍ଥିତି ସୁଧାର ଆସିବାରେ ଲାଗିଛି | ଏହାକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ହାଇଟେକ୍, କିମସ କୋଭିଡ ହସ୍ପିଟାଲ ବନ୍ଦ ହେବ ।

ଏନେଇ ବିଏମସି ପକ୍ଷରୁ ଉଭୟ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ପଠାଯାଇଛି କ୍ଲୋଜର ନୋଟିସ । ତେବେ ସମ୍ ହସ୍ପିଟାଲରେ ୭୦ ଓ ଆଦିତ୍ୟ ଅଶ୍ୱିନୀ ହସ୍ପିଟାଲରେ ୩୦ରେ ସୀମିତ ଶଯ୍ୟା ରହିବ । ବର୍ତ୍ତମାନ କେବଳ ୩୦ ଜଣ କୋଭିଡ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି । ଏନେଇ ବିଏମସି ଡେପୁଟି କମିଶନର ଶୁଭେନ୍ଦୁ କୁମାର ସାହୁ ସୂଚନା ଦେଇଛନ୍ତି ।