ବାଜିଲା ପୌର ନିର୍ବାଚନ ବିଗୁଲ, ୨୪ରେ ଭୋଟ୍
ମେଟ୍ରୋ ଟିଭି ଓଡିଶା (୨୫ .୨.୨୦୨୨) :
ଆଜି ପୌର ନିର୍ବାଚନ ନେଇ ତାରିଖ ଘୋଷଣା ହୋଇଛି। ମାର୍ଚ୍ଚ ୨୪ରେ ହେବ ପୌର ନିର୍ବାଚନ। ୨୬ ତାରିଖ ଭୋଟ ଗଣତି କରାଯିବ । ଏହି ପୌର ନିର୍ବାଚନ ପାଇଁ ଚଳିତ ଫେବ୍ରୁଆରୀ ମାସ ୨୮ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ମାର୍ଚ୍ଚ ୨ରୁ ୭ ତାରିଖ ଯାଏ ଏଥିଲାଗି ନାମାଙ୍କନ ପତ୍ର ଦାଖଲ କରିପାରିବେ । ମାର୍ଚ୍ଚ ୯ ତାରିଖରେ ଦାଖଲ ହୋଇଥିବା ନାମାଙ୍କନ ପତ୍ରର ଯାଞ୍ଚ କରାଯିବ ।

ଯେଉଁ ମାନେ ନାମାଙ୍କନ ପତ୍ର ପ୍ରତ୍ୟାହାର କରିବାକୁ ଚାହୁଁଥିବେ ସେମାନେ ୧୪ ତାରିଖ ସୁଦ୍ଧା ପ୍ରତ୍ୟାହାର କରିପାରିବେ । ମେୟର ବା ପୌରାଧ୍ୟକ୍ଷ ନିର୍ବାଚନ ଚଳିତ ଥର ସିଧାସଳଖ କରାଯିବ । ଏପ୍ରିଲ ୭ରେ ପୌର ଉପାଧ୍ୟକ୍ଷ ନିର୍ବାଚନ ହେବାକୁୂ ଥିବା ବେଳେ ୮ ତାରିଖରେ ଡେପୁଟି ମେୟର ନିର୍ବାଚନ ହେବ । ପ୍ରଥମ ଥର ପାଇଁ ପୌର ନିର୍ବାଚନରେ ନୋଟା ବିକଳ୍ପ ରହିବ ।୧୦୬ ଏନଏସି ମ୍ୟୁନିସିପାଲିଟି ଓ ୩ଟି ମହାନଗରରେ ମଧ୍ୟ ନିର୍ବାଚନ ହେବ । କେବଳ ଅଦାଲତି କାରଣ ପାଇଁ ପୁରୀ ମ୍ୟୁନିସିପାଲିଟିରେ ନିର୍ବାଚନ କରାଯିବ ନାହିଁ ବୋଲି ରାଜ୍ୟ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି ।