ଏସବୁ ବଦଭ୍ୟାସ ବଢାଏ ମୋଟାପଣ

wait lose

ମେଟ୍ରୋ ଟିଭି ଓଡିଶା (୨୩ .୨.୨୦୨୨) :

ଆଜିକାଲି ସମସ୍ତେ ଏକ ସୁସ୍ଥ ତଥା ସୁନ୍ଦର ଚେହେରା ପାଇଁ ଆଶାୟୀ। ଏଥିପାଇଁ ଅନେକ ପରିଶ୍ରମ ଏବଂ ଅନେକ ଟଙ୍କା ଖର୍ଚ୍ଚ କରି ମଧ୍ୟ କିଛି ଲୋକଙ୍କ ମୋଟାପଣ ବଢିବାରେ ଲାଗୁଛି। କିନ୍ତୁ ସେମାନେ ଜାଣନ୍ତି ନାହିଁ ଯେ, ପ୍ରକୃତରେ ସେମାନଙ୍କ ମୋଟାପଣ ବଢିବାର କାରଣ କା’ଣ। କେତେକ ବଦଭ୍ୟାସ ପାଇଁ ବଢିଥାଏ ମୋଟାପଣ। ବିଶେଷ କରି ସକାଳୁ ଆମେ ଏମିତି କିଛି ଭୁଲ୍‌ କାମ କରନ୍ତି,ଯଦ୍ଵାରା ଆମର ଓଜନ ବଢିଥାଏ। ତେବେ ଆସନ୍ତୁ ଜାଣିବା ସକାଳୁ ଏମିତି କେଉଁ ଅଭ୍ୟାସ ଆପଣଙ୍କ ଓଜନ ବଢାଇବାର ମୁଖ୍ୟକାରଣ ସାଜିଥାଏ।

ସକାଳୁ ଉଠିବା ମାତ୍ରେ ପାଣି ନ ପିଇ ଚା କିମ୍ବା କଫି ପିଇବା । ଅଧିକାଂଶ ଲୋକ ରାତିରେ ପାଣି ପିଇ ଶୋଇଥା’ନ୍ତି ଏଭଳି ପରିସ୍ଥିତିରେ ସକାଳ ପର୍ଯ୍ୟନ୍ତ ଶରୀରରେ ଜଳର ଅଭାବ ରହିଥାଏ । ଏବଂ ଶରୀରରେ ପାନୀୟ ଜଳର ଦୀର୍ଘ ସମୟର ବ୍ୟବଧାନ ରହିଯାଇ ଥାଏ । ଶରୀରରେ ପାଣିର ଅଭାବରୁ ଶରୀର ଡିହାଇଡ୍ରେଟ୍ ହୋଇଯାଏ ଏବଂ ହଜମ ପ୍ରକ୍ରିୟା ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ିଥାଏ । ଏଥିପାଇଁ ସକାଳୁ ଉଠି ପ୍ରଥମେ ହାଲୁକା ଗରମ ଲେମ୍ବୁ ପିଇବା ଜରୁରୀ ଅଟେ । ଆପଣ ଖାଲି ପାଣି ମଧ୍ୟ ପିଇ ପାରିବେ ।