ମେଟ୍ରୋ ଟିଭି ଓଡିଶା (୨୩ .୨.୨୦୨୨) :
ବସୁଧା ଯୋଜନା ମାଧ୍ୟମରେ ଗାଁଠାରୁ ସହର ପର୍ଯ୍ୟନ୍ତ ପ୍ରତ୍ୟେକ ବ୍ୟକ୍ତି ଯେପରି ପାନୀୟ ଜଳ ପାଇପାରିବେ ଓ କେହି ମଧ୍ୟ ସେଥିରୁ ବଞ୍ଚିତ ନ ହେବେ ସେଥିପ୍ରତି ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ କଡା ନିର୍ଦ୍ଦେଶ ଦେଇଛନ୍ତି। ହେଲେ ମୋହନାବାସୀ ବହୁ ସମୟରେ ଜଳକଷ୍ଟ ଭୋଗୁଥିବା ଅଭିଯୋଗ କରିଛନ୍ତି। ରାତି ପାହିଲେ ପାଣି ପାଇଁ ବିଭିନ୍ନ ସାହିର ଲୋକ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାଜ୍ୟ ସରକାର କୋଟି କୋଟି ଟଙ୍କା ବିନିମୟ କରି କଲେଜ ଛକରେ ପାଣି ଟାଙ୍କି ସ୍ଥାପନ କରିଛନ୍ତି।

ହେଲେ ବିଭିନ୍ନ ସାହିର ଲୋକମାନେ ପାଣି ପାଇବାରୁ ବଞ୍ଚିତ। ପାଣି ଟାଙ୍କିର ଓ ପାନୀୟ ଜଳ ଯୋଗାଣର ତଦାରଖ ଅଭାବରୁ ଅନେକ ସ୍ଥାନରେ ଲୋକଙ୍କ ନିକଟରେ ପହଞ୍ଚି ପାରୁନି ବିଶୁଦ୍ଧ ପାନୀୟ ଜଳ । ଯେତେବେଳେ ପାଣି ଆସୁଛି ତାହା ମଧ୍ୟ ସିଧା ସଳଖ ନଦୀର ଆବର୍ଜନା ପାଣି ଟାଙ୍କିକୁ ସିଧା ସଳଖ ଯାଇ ଘରୋଇ ପାଇପ ଯୋଗେ ସଂଯୋଗ ହୋଇ ଛଡା ଯାଉଛି। ଯାହାକି ପିଇବା ପାଇଁ ଅନୁପଯୋଗୀ । ଫିଲଟର ନଥିବାରୁ ବିଭିନ୍ନ ସମୟରେ ପାନୀୟ ଜଳରେ ବିଭିନ୍ନ ଆବର୍ଜନ ପଦାର୍ଥ ଆସୁଥିବା ଦେଖିବାକୁ ମିଳୁଛି। ଆବଶ୍ୟକ ମୁତାବକ ଅନୁଯାୟୀ ଲୋକେ ପାଣି ପାଇ ପାରୁନାହାନ୍ତି। କିନ୍ତୁ ପାନୀୟ ଜଳ ଲୋକଙ୍କ ପାଖରେ ନ ପହଞ୍ଚି ପାଇପ ଫାଟି ମୁଖ୍ୟ ରାସ୍ତାରେ ଭାସୁଛି । ଯାହା ଦ୍ୱାରା ରାସ୍ତା ମଧ୍ୟ ଖରାପ ହେବାରେ ଲାଗିଛି। କେବେ ମୋହନା ବାସୀ ବିଶୁଦ୍ଧ ପାନୀୟ ଜଳ ପାଇବେ ତାକୁ ଅପେକ୍ଷା କରି ଚାହିଁ ବସିଛନ୍ତି।